Home ଜିଲ୍ଲା ପରିକ୍ରମା ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜାର ଆଜି ୫ମ ଦିନ, ୯୮ ବର୍ଷରେ ଟ୍ରାଫିକ୍ କାଳୀ ଓ...

ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜାର ଆଜି ୫ମ ଦିନ, ୯୮ ବର୍ଷରେ ଟ୍ରାଫିକ୍ କାଳୀ ଓ ୧୩ ବର୍ଷରେ ଓଏସ୍‌ଆରଟିସି ମଣ୍ଡପ

11

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୧ ତାରିଖ ଅର୍ଥାତ୍ ଗୁରୁବାର ରାତିରୁ ଆରମ୍ଭ ହୋଇଛି ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜା। ଭଦ୍ରକର ଗଣପର୍ବ ଭାବେ ପରିଚିତ କାଳୀପୂଜା ଲାଗି ଚରମ୍ପା ଅଂଚଳରେ ଏଥର ୯ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଧୁମ୍‌ଧାମରେ କରାଯାଉଛି। ଭଦ୍ରକ ରେଳଷ୍ଟେସନ ମୁଖ୍ୟ ପ୍ରବେଶ ପଥରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂଜା ପାଇ ଆସୁଛନ୍ତି ଟ୍ରାଫିକ୍ କାଳୀ। ଏହି ଟ୍ରାଫିକ୍ କାଳୀପୂଜା ଏଥର ୯୮ ବର୍ଷରେ ପଦାର୍ପଣ କରିଛି। ୯୭ ବର୍ଷ ତଳେ ଭଦ୍ରକ ରେଳଷ୍ଟେସନ ପଦାଧିକାରୀଙ୍କ ସୌଜନ୍ୟରୁ ଏହି ଟ୍ରାଫିକ୍ କାଳୀପୂଜା ଆରମ୍ଭ ହୋଇଥିଲା। ଏହି ଟ୍ରାଫିକ୍ କାଳୀପୂଜା କମିଟିର ସଭାପତି ଅଛନ୍ତି ଷ୍ଟେସନ ମ୍ୟାନେଜର ସବୁାଷ ଚନ୍ଦ୍ର ସାହୁ, ଉପସଭାପତି କମର୍ସିଆଲ ଇନ୍ସିପେକ୍ଟର ସୁନୀଲ କୁମାର ରାଉତ ଓ ସଂପାଦକ ଦାୟିତ୍ୱରେ ଅଛନ୍ତି ଟ୍ରେନ୍ ମ୍ୟାନେଜର ପିକେ ବିଶ୍ୱାଳ। ଏଥର ଆକର୍ଷଣୀୟ ତୋରଣ, ମା’ଙ୍କ ମୃଣ୍ମୟୀ ମୂର୍ତି ସହିତ ପାଶ୍ୱର୍ମୂର୍ତି ନିର୍ମିତ ହୋଇଛି। ଏହି ପାଶ୍ୱର୍ମୂତି ଗୁଡିକର ସମାଜ ସଚେତନତାର ବାର୍ତା ବହନ କରୁଛି। ଅନୁରୂପ ଭାବେ ଗତ ୨୦୧୨ ରୁ ଚରମ୍ପା ସ୍ଥିତ ଓଏସ୍‌ଆରଟିସି ପରିସରରେ ପୂଜା ପାଇଆସୁଛି ଓଏସ୍‌ଆରଟିସି କାଳୀ। ଏହି କାଳୀପୂଜା ଏଥର ୧୩ ବର୍ଷରେ ପଦାର୍ପଣ କରିଛି। ଏହି ଓଏସ୍‌ଆରଟିସି ପୂଜା କମିଟିର ସଭାପତି ହେଉଛନ୍ତି ରଘୁନାଥ ପଣ୍ଡା ଓ ସଂପାଦକ ଦାୟିତ୍ୱରେ ଅଛନ୍ତି ସଂଜୟ ନାୟକ। ଏଠାକାର ପୂଜା ମଣ୍ଡପର ସାଜସଜ୍ଜା ଓ ମା’ଙ୍କ ମୂର୍ତି ବି ଆକର୍ଷଣୀୟ ହୋଇଛି। ଏହି ଓଏସ୍‌ଆରଟିସି ପଡିଆ ମଧ୍ୟରେ ବିଭିନ୍ନ ଭେଳିକି ଭେଳି ନୂତନ ଖାଦ୍ୟ ଦେଖିବାକୁ ମିଳିଥିବାବେଳେ ରାମଦୋଳି, ବ୍ରେକ୍‌ଡ୍ୟାନ୍ସ, ରନିଂ ଟ୍ରେନ୍‌, ଛୁଆଙ୍କ ପାଇଁ ବିଭିନ୍ନ ଛୋଟ ଦୋଳିମାନ ପଡିଥିବାର ଦେଖାଯାଇଛି। ଯାହା ସେଠାକୁ ଯାଉଥିବା ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିଛି। ଗୁରୁବାରରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖରେ ମା’ଙ୍କ ବିସର୍ଜନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.