Home ଜିଲ୍ଲା ପରିକ୍ରମା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଧାମନଗରରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଧାମନଗରରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

8

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଧାମନଗର ବ୍ଲକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଷେଣ୍ଢପୁର ଠାରେ ବୈତରଣୀ ନଦୀ ବନ୍ଧର ବାମପାଶ୍ୱର ଷେଣ୍ଢପୁର-ମିଶ୍ରପୁର ପର୍ଯ୍ୟନ୍ତ ଉନ୍ନତିକରଣ ଓ ଗମନାଗମନ ସୁବିଧା ପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳର ଶିଳାନ୍ୟାସ କରିଥିଲେ। ପରେ ଦେହୁଡି ଆନନ୍ଦପୁର ପଂଚାୟତର ୨.୫ କୋଟି ଟଙ୍କା ବ୍ୟୟରେ ଆନନ୍ଦପୁର ଓ ଉତେଇପୁର ଠାରେ ବୈତରଣୀ ବାମପାଶ୍ୱ ନଦୀ ବନ୍ଧର ସୁରକ୍ଷା ଓ ସୁଦୃଢୀକରଣ (ଉତରବାହିନୀ ଘାଟ ନିର୍ମାଣ)ର ଶିଳାନ୍ୟାସ ଏବଂ ଆନନ୍ଦପୁର ଠାରେ ୧ କୋଟି ଟଙ୍କା ବ୍ୟୟରେ ଗେଙ୍ଗୁଟି ନଦୀବନ୍ଧର ଦକ୍ଷିଣ ପାଶ୍ୱ ଉନ୍ନତିକରଣ ଓ ଗମନାଗମନ ଆନନ୍ଦପୁର ରୁ ପାହଡପୁର (ମାଝୀସାହି) ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ମନ୍ତ୍ରୀଙ୍କ ସହିତ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲାପାଳ ଦିଲ୍ଲୀପ ରାଉତରାଏ, ବିଡ଼ିଓ ବନବିହାରୀ ଦିନ୍ଦା, ତହସିଲଦାର ଦୀପକ କୁମାର ଦାସ, ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ, ସହକାରୀ ଯନ୍ତ୍ରୀ କିଶୋର କୁମାର ଦାସ ଓ କନିଷ୍ଠ ଯନ୍ତ୍ରୀ ସ୍ୱାଗତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ।ଧାମନଗର କୁ ବନ୍ୟା ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.