Home ଜିଲ୍ଲା ପରିକ୍ରମା ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମ

ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମ

6

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ” ଆସନ୍ତୁ ଗଢିବା ସଂସ୍କାରବାନ ପିଢି’- କାର୍ଯ୍ୟକ୍ରମ ର ଏକଦିବସୀୟ କର୍ମଶାଳା ରାଣୀତାଲସ୍ଥିତ ହାଇଟେକ୍ ଇଞ୍ଜିନିୟରିଂ କଲେଜ ପରିସରରେ ଆୟୋଜନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଂଯୋଜକ ପ୍ରମୋଦ କୁମାର ଦାସ ବିଷୟ ବିଶାରଦ ଭାବେ ଯୋଗ ଦାନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟ ସମିତି ର ସମନ୍ୱୟକ ପ୍ରଦୀପ କୁମାର ନାୟକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଏବଂ କାର୍ଯ୍ୟକ୍ରମ ର ଗୁରୁତ୍ୱ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ପ୍ରତ୍ୟେକ ପରିଜନ ନିଜ ନିଜ ଅଂଚଳରେ କରିବା ପାଇଁ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା କେଦାରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନକଲେ। ନାରୀ ଜାଗରଣ ସମନ୍ୱୟିକା ନମିତା ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟ ସମିତି ର ସହ ସମନ୍ୱୟକ ଶ୍ରୀଧର ସାମଲ, କୋଷାଧ୍ୟକ୍ଷ ନରେନ୍ଦ୍ର ନାଥ ବାରିକ , ପୂର୍ବତନ ସହ ସମନ୍ୱୟକ କରୁଣାକର ସାମଲ, ଶିବ ଚରଣ ଗୁପ୍ତା, ଯୁବା ସଂଗଠକ ଅରୁଣ ମଲ୍ଲିକ ପ୍ରଶିକ୍ଷଣ ବିଭାଗ ସମନ୍ୱୟକ ରମେଶ ବେହେରା,ଭଉଣୀ ପଦ୍ମାବତୀ ସାମଲ ତଥା ହାଇଟେକ୍ ଇଞ୍ଜିନିୟରିଂ କଲେଜ କର୍ମକର୍ତା, ସର୍ବୋପରି ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟ ସମିତି ର ମିଡ଼ିଆ ସେଲ୍ ଦାୟିତ୍ୱ ଏବଂ ଆସନ୍ତୁ ଗଢିବା ସଂସ୍କାରବାନ ପିଢି ପ୍ରକୋଷ୍ଠ ଦାୟିତ୍ୱ ନିର୍ବାହ କରୁଥିବା କେଦାରନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ପୂର୍ଣ୍ଣାଙ୍ଗ ହେଲା। ଭଦ୍ରକ ଜିଲ୍ଲା, ଆସନ୍ତୁ ଗଢିବା ସଂସ୍କାରବାନ ପିଢି ପ୍ରକୋଷ୍ଠ ର କର୍ମକର୍ତା ଦୁଃଶାସନ ଖଣ୍ଡାଇ, ନମିତା ମହାନ୍ତି, କାଂଚନ ଜେନା, ମଞ୍ଜୁଲତା ଭଉଣୀ, ଅନେକ ଅଙ୍ଗନବାଡ଼ି ପରିଚାଳିକା, ଗାୟତ୍ରୀ ପରିବାର ର ବହୁ ପରିଜନ ହାଇଟେକ୍ ଇଞ୍ଜିନିୟରିଂ କଲେଜ ର କେତେକ ଛାତ୍ରଛାତ୍ରୀ, କର୍ମଚାରୀ, ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଏହାକୁ ବହୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.