Home ଓଡ଼ିଶା ଆଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ

ଆଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ

207

ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମକର ସଂକ୍ରାନ୍ତି ଅବସରରେ ରାଣୀସତି ମଣ୍ଡପରେ ଷାଣ୍ମାସିକ ଆଧ୍ୟାତ୍ମିକ ପତ୍ରିକା ନୀଲଚକ୍ର ବାନାର ପ୍ରଥମ ସଂଖ୍ୟା ଲୋକାର୍ପଣ ହୋଇଛି। ପତ୍ରିକା ପ୍ରକାଶକ ପୂର୍ଣ୍ଣଚନ୍ଦ୍ର ନନ୍ଦ ସେଥିରେ ଅଧ୍ୟକ୍ଷତା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଉଦଘାଟକ, ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତା ଲେଖିକା ସକୁନ୍ତଳା ବଳିଆର ସିଂ ଓଡିଆ ଯୁବଲେଖକ ସମ୍ମୀଲନ ସଭାପତି ଶଙ୍କରଷଣ ପରିଡା ପ୍ରିୟପତ୍ର ସଂପାଦକ ବିପିନି ନିହାରୀ ଦଳେଇ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତ୍ରିକାର ଶୁଭ କାମନା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମକର ସଂକ୍ରାନ୍ତି ଦିବସର ଆଧ୍ୟାମିôକ ଚିନ୍ତାଧାରା ସହ ନୀଳଚକ୍ର ବାନା ସମ୍ବନ୍ଧରେ ତତ୍ୱ ଓ ତଥ୍ୟ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପତ୍ରିକା ନୀଳଚକ୍ରବାନାର ଲୋକାର୍ପଣ କରାଯାଇଥିଲା। ସାହିତିକ ଲକ୍ଷ୍ମୀଧର ଜେନା କାନନବାରା ପଟ୍ଟନାୟକ ଡଃବଳରାମ ଦାସ, ପ୍ରମୋଦା ଦେବୀ, ହରପ୍ରିୟା ସାହୁ, ପ୍ରତିମାରାଣୀ ଷଢଙ୍ଗୀ, ମନୋରମା ମିଶ୍ର, ତିର୍ଥେସ ଚନ୍ଦ୍ର ରାୟ, ଲିଙ୍ଗରାଜ ଦାସ, ସୁକାନ୍ତି ନନ୍ଦ, ମାତୃପ୍ରସାଦ, ସାନ୍ତିପ୍ରଭା ନାୟକ, ସୁନନ୍ଦା ମହାନ୍ତି, ଏବଂ ରୀନା ମାନସିଂହଙ୍କୁ ସମ୍ମାନିତ କରାଯାଇଥିଲା।

ସଂପାଦକ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁଲେଖା ସଂପାଦକ ସଦାସୀବ ମିଶ୍ର କବିତାଆସର ପରିଚାଳନା କରିଥିଲେ। ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂପାଦିକା ପୌର୍ଣ୍ଣମାସୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.