Home ଜିଲ୍ଲା ପରିକ୍ରମା ଆଥ୍‌ଲେଟିକ୍‌ରେ ଚମ୍ପିୟାନ ହେଲେ ଦେବଜାନୀ

ଆଥ୍‌ଲେଟିକ୍‌ରେ ଚମ୍ପିୟାନ ହେଲେ ଦେବଜାନୀ

16

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦୀର୍ଘ ୪ଦିନ ବ୍ୟାପି ‘ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ (କଳା)ଛାତ୍ରୀ ଦେବଜାନୀ ସାହୁ ୨୦୦ମିଟର, ୪୦୦ମିଟର, ୮୦୦ମିଟର ଓ ୧୫୦୦ମିଟରରେ ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଛନ୍ତି ଏବଂ ମହିଳା ବାସ୍‌କେଟ ବଲ୍‌ରେ ଟିମକୁ ଚମ୍ପିୟାନ କରାଇଛନ୍ତି । ଦେବଜାନୀ ଏକବର୍ଷ କାଳ ଗୁରୁ କାମାକ୍ଷା ପ୍ରସାଦ ନାୟକଙ୍କ ପାଖରୁ ଆଥ୍‌ଲେଟିକ୍ ପ୍ରଶିକ୍ଷଣ ନେଉଥିଲେ । ଦେବଜାନୀଙ୍କ ଚମ୍ପିୟାନ ହାସଲକୁ ନେଇ ଭଦ୍ରକରେ ବହୁ କ୍ରୀଡା ପ୍ରେମୀଙ୍କର ଶୁଭେଚ୍ଛା ସୁଅ ଛୁଟିଛି । ପ୍ରକାଶ ଥାଉକି, କୁଆଁସ ଗ୍ରାମର ଜଗନ୍ନାଥବିହାର କଲୋନୀର ବାସିନ୍ଦା (ପିତା) ସୁଫଳ ସାହୁ ଓ (ମାତା) ରଞ୍ଜିତା ସାହୁଙ୍କ ସୁପୁତ୍ରୀ ଅଟନ୍ତି । ଦେବଜାନୀ ଆଗକୁ ଅଲମ୍ପିକରେ ଭାଗନେବାପାଇଁ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.