Home ଓଡ଼ିଶା ଆଜି ପ୍ରକାଶ ପାଇବ ଏନଆରସି ତାଲିକା

ଆଜି ପ୍ରକାଶ ପାଇବ ଏନଆରସି ତାଲିକା

370

ଆସାମ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ଆଜି ପ୍ରକାଶ ପାଇବ ଆସାମର ଚୂଡାନ୍ତ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ– ଏନଆରସି ତାଲିକା । ସକାଳ ୧୦ଟାରେ ଏହି ତାଲିକା ଅନଲାଇନରେ ପ୍ରକାଶ ପାଇବ । ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ ଆସାମରେ ଏନ୍‌ଆରସି ତାଲିକା ପ୍ରସ୍ତୁତ ହୋଇଥିଲା । ଚୂଡାନ୍ତ ଏନ୍‌ଆରସି ତାଲିକା ପ୍ରକାଶ ପାଇବା ପରେ କିଏ ଭାରତୀୟ ନାଗରିକ ଓ କିଏ ବିଦେଶୀ ନାଗରିକ ତାହା ସ୍ପଷ୍ଟ ହେବ । ଏନଆରସି ତାଲିକାକୁ ନେଇ ଆସାମରେ ଗଣ୍ଡଗୋଳର ସମ୍ଭାବନା ଥିବାରୁ ଆସାମ ମୁୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୋଲିସକୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜୁଲାଇ ୩୧ ତାରିଖରେ ଆସାମର ଏନ୍‌ଆରସି ସେବା କେନ୍ଦ୍ରଗୁଡିକରେ ଚୂଡାନ୍ତ ଚିଠା ତାଲିକା ପ୍ରକାଶ ପାଇଥିଲା । ଏଥିରେ ୩କୋଟି ୨୯ ଲକ୍ଷ ଲୋକ ଏନ୍‌ଆର୍‌ସି ତାଲିକାରେ ପଂଜିକୃତ ହୋଇଥିବା ବେଳେ ୪୦ ଲକ୍ଷ ୭ହଜାର ୭ଶହ ଲୋକ ତାଲିକାରୁ ବାଦ୍‌ ପଡିଥିଲେ ।

୧୯୭୧ ମସିହା ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଯେଉଁମାନେ ଆସାମରେ ରହିଆସୁଛନ୍ତି, ସେମାନଙ୍କୁ ଭାରତୀୟ ଭାବେ ଏନ୍‌ଆରସି ତାଲିକାରେ ସାମିଲ କରାଯାଉଛି । ଆସାମ ହେଉଛି ପ୍ରଥମ ରାଜ୍ୟ ଯେଉଁଠି ୧୯୪୮ ମସିହାର ଜନଗଣନାକୁ ଆଧାର କରି ୧୯୫୧ ମସିହାରେ ଏନ୍‌ଆରସି ତାଲିକା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.