Home ଜିଲ୍ଲା ପରିକ୍ରମା ଆଜିଠାରୁ ମେମୁ ଟ୍ରେନ୍‌ରେ ଲୋକାଲ୍ ଭଡ଼ା ଲାଗୁ ହେଲା

ଆଜିଠାରୁ ମେମୁ ଟ୍ରେନ୍‌ରେ ଲୋକାଲ୍ ଭଡ଼ା ଲାଗୁ ହେଲା

38

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି । ସଭାପତି ଶ୍ରୀ ପାଣିଗ୍ରାହୀ ମେମୁ ଟ୍ରେନ୍‌ରେ ଓଡ଼ିଶାରେ ଏକ୍ସପ୍ରେସ ଭଡ଼ା ଆଦାୟ ବିରୁଦ୍ଧରେ ରେଳ ବିଭାଗର ସମସ୍ତ ଅଫିସର, ରେଳ ବିଭାଗ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ଏକ ବର୍ଷ ଧରି ଦାବୀ ପତ୍ର ଓ ଗୁହାରୀ କରିଆସୁଛନ୍ତି, ଓଡ଼ିଶାର ଜନସାଧାରଣ ମେମୁ ଟ୍ରେନ୍‌ରେ ଯାତାୟତ କରି ଏକ୍ସପ୍ରେସ୍ ଭଡ଼ା କାହିଁକି ଦେବେ? ରେଳ ବିଭାଗର କମର୍‌ସିଆଲ୍ ଆଦେଶ ପତ୍ର ନମ୍ବର ୨୦ ଓ ତାରିଖ ୨୩/୦୨/୨୦୨୪ ଅନୁସାରେ ଆଜିଠାରୁ ମେମୁ ଟ୍ରେନ୍ ଓ ଲୋକାଲ୍ ଟ୍ରେନ୍‌ରେ ଏକ୍ସପ୍ରେସ୍ ଭଡ଼ା ବଦଳରେ ଲୋକାଲ୍ ଭଡ଼ା ଲାଗୁ ହେଲା ବୋଲି ରେଳ ବିଭାଗ ତରଫରୁ ସର୍ବୋଦୟ ମଣ୍ଡଳର ସଭାପତିଙ୍କୁ ଅବଗତ କରାଇଛନ୍ତି, ମାତ୍ର ଖଡ଼ଗପୁର ରୁ ଖୋର୍ଦ୍ଧା ରୋଡ଼ ଆସୁଥିବା ଦୃତଗାମୀ ଲୋକାଲ୍ ଟ୍ରେନ୍‌ରେ ଏହା ଲାଗୁ ହେବ ନାହିଁ । କରୋନା ପୂର୍ବରୁ ଲାଗୁ ହୋଇଥିବା ଲୋକାଲ୍ ଭଡ଼ା ମଧ୍ୟ ଆଜିଠାରୁ ଲାଗୁ ହେଲା । ଗୋଟିଏ ଷ୍ଟେସନରୁ ଅନ୍ୟ ଏକ ଷ୍ଟେସନ୍‌କୁ ଭଡ଼ା ୩୦ଟଙ୍କା ବଦଳରେ ମାତ୍ର ୧୦ ଟଙ୍କା ଦେବାକୁ ପଡ଼ିବ । ଭଦ୍ରକରୁ କଟକ ୬୦ଟଙ୍କା ବଦଳରେ ୩୦ଟଙ୍କା ଭଡ଼ା ଲାଗୁ ହେଲା । ଶ୍ରୀ ପାଣିଗ୍ରାହୀ, ଭଦ୍ରକ ତଥା ଓଡ଼ିଶାର ଜନ ସାଧାରଣ ଓ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା, ବୁଦ୍ଧିଜିବୀ, ସଚେତନ ନାଗରିକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସଂଗେ ସଂଗେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସାମ୍ବାଦିକ ମାନଙ୍କର ଅକୁଣ୍ଠ ସହଯୋଗ ପାଇଥିବାରୁ ସଭାପତି ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.