Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବବିବାହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଅଘୋରୀ ନୃତ୍ୟ, ଯୋଡି ଶଙ୍ଖ ମୁଖ୍ୟ ଆକର୍ଷଣ

ଆଖଣ୍ଡଳମଣିଙ୍କ ଶିବବିବାହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଅଘୋରୀ ନୃତ୍ୟ, ଯୋଡି ଶଙ୍ଖ ମୁଖ୍ୟ ଆକର୍ଷଣ

17

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ ଆଉମାତ୍ର ୨ଦିନ ବାକି। ଏଥିପାଇଁ ପୀଠରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଚଳିତବର୍ଷ ବିବାହ ଉତ୍ସବରେ ବରପିତା ଭାବେ ଆଲୋକ ପଣ୍ଡା ଚୟନ ହୋଇଥିବା ବେଳେ କନ୍ୟାପିତା ଭାବେ ବିଶ୍ୱଜିତ ପାଢୀ ଚୟନ ହେବା ପରେ ଲଗ୍ନଧରା ନୀତି ସମ୍ପନ୍ନ ହୋଇଛି। ଏବେ ଉଭୟ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ପୀଠ ସମେତ ଆଖପାଖ ଅଂଚଳର ଥିବା ସମସ୍ତ ଦେବାଦେବୀଙ୍କୁ ମଙ୍ଗୁଳାଗୁଆ ଓ ନିମନ୍ତ୍ରଣପତ୍ର ବାଂଟିବା ପରେ ବନ୍ଧୁପରିଜନ ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଚଳିତ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଂଚମୀ ତିଥି ଅର୍ଥାତ ଆସନ୍ତା ଶନିବାର ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ବିବାହ ଉତ୍ସବର ମୁଖ୍ୟ ଆକର୍ଷଣ ବରାନୁଗମନ ଶୋଭାଯାତ୍ରାରେ ଚଳାତବର୍ଷ ଅଘୋରୀ ନୃତ୍ୟ ସହ ବ୍ରହ୍ମପୁର ଯୋଡିଶଙ୍ଖ ସହ ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ, ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, କେନ୍ଦୁଝରର କଳସନୃତ୍ୟ ଆଦି ଅଧିକାଂଶ ଜିଲାର ସଂର୍କିତନ ମଣ୍ଡଳୀ ଯୋଗ ଦେବେ। ବାଜା, ବାଣ ରୋଷଣୀରେ ପ୍ରକମ୍ପିତ ହେବ ସମଗ୍ର ପୀଠ। ଏଥିପାଇଁ ସମସ୍ତ ବାଦ୍ୟକାର ଓ ନୃତ୍ୟ ଦଳଙ୍କୁ ବଇନା ଦିଆଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି। ଆସନ୍ତା ଶୁକ୍ରବାର ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବା ସହ ଶନିବାର ସକାଳ ୧୦ଟାରେ ବରଧରାଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.