Home ଓଡ଼ିଶା ଆକାଶ ଛୁଇଁଲା ପିଆଜ ଦର

ଆକାଶ ଛୁଇଁଲା ପିଆଜ ଦର

384

ଭୁବନେଶ୍ଵର,୨୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆକାଶଛୁଆଁ ପିଆଜ ଦର । ୫ ଦିନ ତଳେ ପିଆଜ କିଲୋ ପିଛା ୧୪ରୁ ୧୫ ଟଙ୍କା ବିକ୍ରି ହେଉଥିଲା । ବର୍ତ୍ତମାନ ତାହା ୩୦ରୁ ୩୫ ଟଙ୍କାରେ ପହଞ୍ଚିଲାଣି । ବର୍ତ୍ତମାନ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ପାଇଁ ବଜାରରେ ପିଆଜର ଅଭାବ ପରିଲକ୍ଷିତ ହେଉଛି । ଏଥିପାଇଁ ପିଆଜ ଦର ଆକାଶ ଛୁଆଁ ହୋଇଛି ବୋଲି କହିଛନ୍ତି ଓଡିଶା ବ୍ୟବସାୟ ମହାସଙ୍ଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ୧୦ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ଓ ପିଆଜ ଦର ମଧ୍ୟ ହ୍ରାସ ପାଇବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.