Home ଜିଲ୍ଲା ପରିକ୍ରମା ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକୁ ନେଇ ତଳକାଁପଡା ଗ୍ରାମବାସୀ ଭେଟିଲେ ଜିଲାପାଳ ଓ ଏସ୍‌ପିଙ୍କୁ

ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକୁ ନେଇ ତଳକାଁପଡା ଗ୍ରାମବାସୀ ଭେଟିଲେ ଜିଲାପାଳ ଓ ଏସ୍‌ପିଙ୍କୁ

4

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାମକୁ ଗଲେ ସଂଘ ବଦ୍ଧ ହୋଇ ଡରାଇବା, ଘରୁ ବାହାରକୁ ଗଲେ ଘରେ ଥିବା ଦରକାରୀ ଦ୍ରବ୍ୟ କୁ ଚୋରାଇ ନେଉଥିବାବେଳେ ଏହାକୁ ବିରୋଧ କଲେ ଜୀବନରୁ ମାରିବାକୁ ଧମକ ଦେଉଥିବା କିଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକୁ ନେଇ ଆଜି ଏହି ଜିଲାର ତିହିଡି ଥାନା ତଳକାଁପଡା ଗ୍ରାମର ଅବିନାଶ ଦାସ, ବଳରାମ ମଳିକ, ଅଲେଖ ମଳିକ, ପ୍ରଫୁଲ୍ଲ ଦାସ, ବଳରାମ ମଳିକ, କୈଳାସ ଦାସ, ଗୋପବନ୍ଧୁ ଦାସ, ମିନାରାଣୀ ଦାସ, ମାମି ଦାସ, ଶାନ୍ତିଲତା ଦାସ ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ଗତ ତା ୮ ତାରିଖ ଠାରୁ ଏଯାବତ ପ୍ରତ୍ୟେକ ଦିନ ସେହି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଶୁକଦେବ ମଳିକ, ବାସୁଦେବ ଦାସ, କାଶୀନାଥ ମଳିକ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମର ପ୍ରାୟ କୋଡିଏ ରୁ ଉର୍ଦ୍ଧ ବ୍ୟକ୍ତି ଏକତ୍ରିତ ହୋଇ ବିଭିନ୍ନ କୁ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏବଂ ପ୍ରତିବାଦ କଲେ ସଂଘବଦ୍ଧ ହୋଇ ଗାଁ ରେ ମିଟିଙ୍ଗ କରି ଓ ବିଭିନ୍ନ ମାରଣା ଅସ୍ତ୍ର ଧରି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି। କେତେକ ନିରୀହ ଲୋକମାନଙ୍କ ଘର ଆଜବେଷ୍ଟ ଭାଙ୍ଗିଦେବା ସହ ଓ ୫ରୁ ୭ ଟି ମୋଟର ସାଇକେଲ ଭଙ୍ଗା ରୁଜା ମଧ୍ୟ କରିଛନ୍ତି । ନିଜ ପୈତୃକ ଜାଗା ଉପରେ ଘର ତିଆରି କରାଇ ଦେଉନାହାନ୍ତି । ଗ୍ରାମରେ ଏପରି କୋକୁଆ ଭୟ ସୃଷ୍ଟି କରୁଛନ୍ତି । ଏ ସମ୍ପର୍କରେ ସେମାନେ ତିହିଡି ଥାନାରେ ଅଭିଯୋଗ କରି ମଧ୍ୟ କୌଣସି ସୁରକ୍ଷା ପାଇପାରୁନାହାନ୍ତି । ଅଧିକନ୍ତୁ ଗ୍ରାମର କୌଣସି ସମୟରେ ମା’ ଓ ଭଉଣୀମାନଙ୍କ ଇଜ୍ଜତ ନଷ୍ଟ ହେବା ସହ ସେମାନଙ୍କର ପ୍ରାଣହାନୀର ଆଶଙ୍କା ରହୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କୁ ଗ୍ରାମରେ ରଖାଇଦେବେ ନାହିଁ ବୋଲି ଚେତାବନୀ ଦେଇ ଦୋକାନ ବଜାର, ସର୍ବସାଧାରଣ ବ୍ୟବହୃତନଳ କୂପ ଓ ପୋଖରୀକୁ ବନ୍ଦ କରିଛନ୍ତି ବୋଲି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଗ୍ରାମବାସୀ ।କିନ୍ତୁ କାହିଁକି ଏଭଳି ସମ୍ବେଦନଶୀଳ ମାମଲା ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.