Home ଆନ୍ତର୍ଜାତୀୟ ଅଷ୍ଟ୍ରେଲିଆରେ ମାତୃତ୍ଵ ଲାଭ କଲେ ୨୨ ପୁରୁଷ

ଅଷ୍ଟ୍ରେଲିଆରେ ମାତୃତ୍ଵ ଲାଭ କଲେ ୨୨ ପୁରୁଷ

704

ଅଷ୍ଟ୍ରେଲିଆ,୦୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଅଷ୍ଟ୍ରେଲିଆରେ ୨୨ଜଣ ପୁରୁଷ ଛୁଆ ଜନ୍ମ କରିବା ସହିତ ମା’ହେବାର ସୌଭାଗ୍ଯ ପ୍ରାପ୍ତ କରିଛନ୍ତି । ଅଷ୍ଟ୍ରେଲିଆରେ ୨୦୧୮ ରୁ ୨୦୧୯ ର ଜନଗଣନା ସଂଖ୍ୟା ଅନୁସାରେ ଏହି ରିପୋର୍ଟ ହସ୍ତଗତ ହୋଇଛି ।

ରିପୋର୍ଟ ଅନୁସାରେ ଡିପାର୍ଟମେଣ୍ଟ ଅଫ୍ ହ୍ୟୁମାନ୍ ସର୍ଭିସ୍ ଜନ୍ମ ହୋଇଥିବା ଶିଶୁମାନଙ୍କ ଡାଟା ରିଲିଜ୍ କରିଥିଲେ । ଯାହାକୁ ନେଇ ଛୁଆ ଜନ୍ମ ଦେଇଥିବା ୨୨ ଜଣଙ୍କ ପୁରୁଷ ଟ୍ରାନ୍ସଜେଣ୍ଡର ଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହି ଡାଟା ୨୦୦୯ ପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା ।

ଛୁଆଙ୍କୁ ଜନ୍ମ ଦେବା ସହିତ ଏହି ପୁରୁଷ ମାନେ ୨୨୮ ପୁରୁଷଙ୍କ ଲିଷ୍ଟରେ ସାମିଲ ହୋଇଥିଲେ, ଯେଉଁଥିରେ ଗତ କିଛି ଦଶନ୍ଧି ହେବ ଛୁଆଙ୍କୁ ଜନ୍ମ ଦେଉଥିବା ଲୋକଙ୍କ ନାଁ ରୁଜୁ ଥିଲା । ଏହାସହିତ ଏହି ଅଫିସିଆଲ୍ କନଫରମେସନ୍ ମଧ୍ୟ ହୋଇଥିଲା । ଛୁଆଙ୍କ ମା ବନିଥିବା ଏହି ପୁରୁଷମାନେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଯାହାକୁ ନେଇ କିଛି ବିବାଦ ମଧ୍ୟ ଉଠୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.