ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବରୋଳୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ସର୍ବଶ୍ୱାନ୍ତ ହୋଇଥିବା ବିପନ୍ନ ପରିବାରକୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଡାକ୍ତର ପ୍ରଦିପ କୁମାର ନାୟକ ଭେଟି ସମବେଦନା ଜଣାଇବା ସହ ସହାୟତା ଯୋଗାଇଛନ୍ତି । ଗତ କାଲି ଅଗ୍ନିକାଣ୍ଡ ଘଟି ମଧୁସୂଦନଙ୍କ ଘର ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା । ପରିବାର ଲୋକ ଖୋଲା ଆକାଶ ତଳେ ରହିବା ସହ ଭୋକ ଉପାସରେ ରହିଥିଲେ । ଖବର ପାଇ ବିଜେପି ନେତା ଡାକ୍ତର ନାୟକ, ମଣ୍ଡଳ ସଭାପତି ପ୍ରଭାକର ସାମଲ, ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ସୁବ୍ରତ ନାୟକ, ରମିତା ପାଢୀ, ପ୍ରଭାକର ପାଢୀ ପ୍ରମୁଖ ମଧୁସୂଦନଙ୍କ ପୋଡି ଯାଇଥିବା ଘର ଦେଖି ତାଙ୍କୁ ସମବେଦନା ଜଣାଇଥିଲେ । ବିପନ୍ନ ପରିବାରକୁ ପଲିଥିନ୍, ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଡାକ୍ତର ନାୟକ ପ୍ରଶାସନଠାରେ ଦାବି କରିଛନ୍ତି ।