Home କନ୍ଧମାଳ ଅକ୍ଷୟ କର୍ଣ୍ଣଙ୍କୁ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ସମ୍ମାନିତ

ଅକ୍ଷୟ କର୍ଣ୍ଣଙ୍କୁ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ସମ୍ମାନିତ

87

ବାଲିଗୁଡା ,୨୬/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ନିଶିଗନ୍ଧା ସାହିତ୍ୟ ସଂସଦ ଭୂବନେଶ୍ବର ଦ୍ବାରା ଆୟୋଜିତ ସ୍ବାରସ୍ବତ ସମ୍ମାନ ପଲ୍ଲୀକବି ନନ୍ଦକିଶୋର ସମ୍ମାନରେ ଭୂଷିତ ହେଲେ ଅକ୍ଷୟ କର୍ଣ୍ଣ। ଭୁବନେଶ୍ବର ସ୍ଥିତ ରୋଟାରୀ ଭବନରେ ଆୟୋଜିତ ନିଶିଗନ୍ଧାର ପ୍ରଥମ ବାର୍ଷିକ ସାମ୍ବସ୍ତରିକ ସ୍ବାରସ୍ବତ ସମାରୋହ ୨୦୧୯ ରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଅକ୍ଷୟ କର୍ଣ୍ଣଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗାଁରେ ଦୀର୍ଘବର୍ଷ ଧରି ସେ ଲୋକକଳା ଲୋକ ସାହିତ୍ୟ ସହିତ ଜଡିତ, ଏକାଧାରାରେ ସେ ଜଣେ କବି, ସାହିତ୍ୟିକ, ଲୋକନୃତ୍ୟ ଶିଳ୍ପୀ, କଳା ଓ ସଂସ୍କୃତି ସଂଗଠକ ଭାବରେ ବେଶ ଜଣାଶୁଣା। ବର୍ତ୍ତମାନ କନ୍ଧମାଳ କଳା ଓ ସଂସ୍କୃତି ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟରତ। ଅକ୍ଷୟ କର୍ଣ୍ଣଙ୍କୁ ଏହି ସମ୍ମାନରେ ଭୂଷିତ ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.