Home Top News ବାଉଁଶ ହୋଇ ରହିବାକୁ ପସନ୍ଦ କରିବେ, ନାଁ ବଇଁଶୀ? ପଥର ହୋଇ ରହିବାକୁ ପସନ୍ଦ କରିବେ,...

ବାଉଁଶ ହୋଇ ରହିବାକୁ ପସନ୍ଦ କରିବେ, ନାଁ ବଇଁଶୀ? ପଥର ହୋଇ ରହିବାକୁ ପସନ୍ଦ କରିବେ, ନାଁ ପ୍ରତିମା? ନିର୍ଣ୍ଣୟ ଆପଣଙ୍କର ..

117

ବଇଁଶୀଟିଏର ମଧୁର ସ୍ୱର ଶୁଣି ଯେ କେହିବି ମୁଗ୍ଧ ହୋଇଯାଆନ୍ତି। କିନ୍ତୁ, ବଇଁଶୀ ସହିଥିବା ପୀଡ଼ାକୁ କେହି ବୁଝନ୍ତି ନାହିଁ। ଯାହା ସେ ବାଉଁଶରୁ ବଇଁଶୀ ହେବାରେ ସହ୍ୟ କରିଥାଏ। ପୀଡ଼ା ସହ୍ୟ କରି ହିଁ ବାଉଁଶରୁ ବଇଁଶୀଟିଏ ପ୍ରସ୍ତୁତ ହୋଇଥାଏ। ଯିଏ ମଧୁର ସ୍ୱର ଶୁଣାଇଥାଏ। ସେହିପରି ଏକ ପଥର ନିହାଣ ମାଡ଼ ଖାଇ ଏକ ସୁନ୍ଦର ପ୍ରତିମାଟିଏ ହୋଇଥାଏ। ଯେଉଁ ପଥର ଯେତେ ନିହାଣ ମାଡ଼ ସହିପାରେ, ସେ ସେତେ ସୁନ୍ଦର ପ୍ରତିମାଟିଏ ହୋଇପାରେ। ଯିଏ ସହିପାରେ ନାହିଁ, ସେ ଭାଙ୍ଗି ଚୂନା ହୋଇଯାଏ। ନିର୍ମାଣ ହେବା ପାଇଁ ସ୍ୱୟଂ କଷ୍ଟ ସହିବା ଜରୁରୀ ହୋଇଥାଏ। ଯେବେ ସହ୍ୟ କରିବାର ଶକ୍ତି ରଖିବ, ତେବେ ଯାଇ ନୂଆ ଅସ୍ତିତ୍ୱ ପାଇବ। ଅର୍ଥାତ୍ ଶକ୍ତି ପାଇବା ପୂର୍ବରୁ କଷ୍ଟ ସହ୍ୟ କରିବା ଆବଶ୍ୟକ ଅଟେ। ଯଦି କଷ୍ଟ ସ୍ୱୀକାର କରିବାରୁ ଦୂରେଇବେ, ତେବେ ଶକ୍ତି ପାଇବାରୁ ବଞ୍ଚିତ ରହିବେ। ଆପଣଙ୍କୁ ନିର୍ଣ୍ଣୟ ନେବାର ଅଛି। ଆପଣ ବାଉଁଶ ହୋଇ ରହିବାକୁ ପସନ୍ଦ କରିବେ ନାଁ ବଇଁଶୀ? ପଥର ହୋଇ ରହିବାକୁ ପସନ୍ଦ କରିବେ ନାଁ ପ୍ରତିମା? ନିର୍ଣ୍ଣୟ ଆପଣଙ୍କର ..
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.