ନୂଆ ଦିଲ୍ଲୀ ୯-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାରଦିନ ମତଦାନ ସରିଛି। ୧୧ ଫେବ୍ରୁଆରିରେ ଫଳାଫଳ ଆସିବ। ଫଳାଫଳ ପୂର୍ବରୁ ଆମ ଆଦମୀ ପାର୍ଟୀ ନିର୍ବାଚନ ଆୟୋଗ ଉପରେ ଅଭିଯୋଗ ଲଗାଇଛନ୍ତି। ଆପ ପ୍ରଶ୍ନ କରିଛିଯେ, ମତଦାନ ପରେ ଅନେକ ଘଣ୍ଟା ବିତିଗଲାଣି ପରଦିନ ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ନିର୍ବାଚନ ଆୟୋଗ ମତଦାନ ପ୍ରତିଶତ ଜାରୀ କାହିଁକି କରିନାହାଁନ୍ତି?
ସୂଚନାଯୋଗ୍ୟଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶନିବାରଦିନ ସଂଧ୍ୟାରେ ଛଅଟା ପର୍ଯ୍ୟନ୍ତ ୫୭.୦୬ ପ୍ରତିଶତ ମତଦାନ ହୋଇଥିଲା। ରାତି ୧୦.୩୦ ପର୍ଯ୍ୟନ୍ତ ୬୧.୪୬% ମତଦାନ ହୋଇଥିଲା କିନ୍ତୁ ଏକ ଫାଇନାଲ୍ ଫିଗର ସାମନାକୁ ଆସିନଥିଲା ଅବଶ୍ୟ ଆଜି ସନ୍ଧ୍ୟା ୭ଟା ପରେ ସୋସିଆଲ ମିଡ଼ିଆ ଏବଂ ଅନେକ ମିଡ଼ିଆରେ ଅନେକ ଆଲୋଚନା ହେବା ପରେ ନିର୍ବାଚନ ଆୟୋଗ କହିଛନ୍ତିଯେ, ୬୨.୫୯ ପ୍ରତିଶତ ଭୋଟିଂ ହୋଇଛି। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପଣ ସଂଯୋଜକ ଅରବିନ୍ଦ କେଜ୍ରୀୱାଲ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଅରବିନ୍ଦ କେଜରୀୱାଲ ଟ୍ୱିଟ କରି କହିଥିଲେଯେ, ଏହା ନିଶ୍ଚିତ ଆଶ୍ଚର୍ଯ୍ୟର କଥା। ନିର୍ବାଚନ ଆୟୋଗ କ’ଣ କରୁଛି? ମତଦାନର ଅନେକ ଘଣ୍ଟା ପରେ ମଧ୍ୟ ନିର୍ବାଚନ ଆୟୋଗ ଭୋଟ ପ୍ରତିଶତ ଜାରୀ କାହିଁକି କରୁନାହିଁ?
କିଛି ଭିତରେ ଭିତରେ ଖେଳ ଚାଲୁଛି
AAP ନେତା ସଂଜୟ ସିଂହ କହିଲେ, “କାଲି ଦିଲ୍ଲୀର ନିର୍ବାଚନ ସମ୍ପର୍ଣ୍ଣ ହେଲା, ୭୦ ବର୍ଷର ଇତିହାସରେ ଏହା ପ୍ରଥମ ଥର ଏମିତି ହୋଇଛି କି ନିର୍ବାଚନ ଆୟୋଗ ଏହା କହିବାକୁ ପ୍ରସ୍ତୁତ ନୁହେଁ କି କେତେ ପ୍ରତିଶତ ମତଦାନ ହୋଇଛି। ଏହାର ଅର୍ଥ ଦାଲ ମେଁ କୁଛ କାଲା ହୈ, ଭିତରେ ହିଁ ଭିତରେ କିଛି ଖେଳ ଚାଲୁଛି।”
ନିର୍ବାଚନ ଆୟୋଗ କ’ଣ କହିଲେ
କେଜରୀବାଲଙ୍କ ଟ୍ୱିଟ୍ ପରେ ନିର୍ବାଚନ ଆୟୋଗ ଜବାବ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଲେ କି ଡାଟା ଏଣ୍ଟ୍ରିର କାମ ସମ୍ପୂର୍ଣ୍ଣ ହେବା ପରେ ଫାଇନାଲ୍ ଅଙ୍କ ଜାରୀ କରାଯିବ। ନିର୍ବାଚନ ଆୟୋଗ କହିଲେ କି ରବିବାର ସଂଧ୍ୟା ପର୍ଯ୍ୟନ୍ତ ମତଦାନର ଫାଇନାଲ୍ ଅଙ୍କ ଜାରୀ କରାଯିବ। ଅବଶ୍ୟ ବର୍ତ୍ତମାନ ନିର୍ବାଚନ ଆୟୋଗ ଏହା ପ୍ରକାଶ କରିସାରିଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି କି ସକାଳୁ ସିଷ୍ଟମରେ ଡାଟା ଏଣ୍ଟ୍ରୀ ପ୍ରକ୍ରିୟା ଚାଲିଥିଲା। ସେ କହିଛନ୍ତି ଫାଇନାଲ ଭୋଟର ଟର୍ନଆଉଟ ୬୨.୫୯ ଥିଲା। ଭୋଟ ପ୍ରତିଶତ ଲୋକସଭା ନିର୍ବାଚନ ଅପେକ୍ଷା ଦୁଇ ପ୍ରତିଶତ ଅଧିକା ଥିଲା। ଅବଶ୍ୟ ଗତ ବିଧାନସଭାରେ ୬୭.୧ ପ୍ରତିଶତ ମଦାନ ହୋଇଥିଲା।
ସେ କହିଛନ୍ତି ସବୁଠାରୁ ଅଧିକା ମତଦାନ ବଲ୍ଲୀମରାନରେ ହୋଇଛି। ତାହା ୭୧.୬ ପ୍ରତିଶତ। ତା’ ବ୍ୟତୀତ ସବୁଠାରୁ କମ ମତଦାନ ଦିଲ୍ଲୀ କ୍ୟାଣ୍ଟରେ ହୋଇଛି। ତାହା କେବଳ ୪୫.୪ ପ୍ରତିଶତ।
ଥଣ୍ଡା କାରଣରୁ କମ ହେଲା ମତଦାନ?
ଦିଲ୍ଲୀରେ କମ ଭୋଟ ଉପରେ ନିର୍ବାଚନ ଅଧିକାରୀ କହିଲେ କି ହୋଇପାରେ କି ଥଣ୍ଡା କାରଣରୁ ଏହିପରି ହୋଇପାରିଥାଏ। ଓଖଲାରେ ୫୮.୮ ପ୍ରତିଶତ ମତଦାନ ହୋଇଛି। ସୀଲମପୁରରେ ୭୧.୨୨ ପ୍ରତିଶତ ଭୋଟିଂ ହୋଇଛି।
ଦିଲ୍ଲୀ ନିର୍ବାଚନରେ ମହିଳାମାନଙ୍କର ଭୋଟ ପ୍ରତିଶତ ୬୨.୫୫ ଥିଲା ଏବଂ ପୁରୁଷଙ୍କର ଭୋଟ ପ୍ରତିଶତ ୬୨.୬୨ ଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ କି ରିଟର୍ଣ୍ଣି ଅଫିସର କ୍ରମାଗତଭାବେ ସ୍କ୍ରୁଟିନିରେ ବ୍ୟସ୍ତ ଥିଲେ। ସେଥିପାଇଁ ଏଥିରେ କିଛି ସମୟ ଲାଗି ଗଲା।