Odiapua.com

କିଏ ଚୟନ କଲା ବିରୋଧୀ ଦଳ ନେତା? କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ?

ଭୁବନେଶ୍ୱର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ହୋଇଛନ୍ତି ବିରୋଧୀ ଦଳ ନେତା।କିନ୍ତୁ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିଧାୟକ ଦଳ ନେତା ହେବେ ବୋଲି ଆଲୋଚନା ହୋଇ ଆସୁଥିଲା।ତେବେ ଶେଷ ସମୟରେ ପରିବର୍ତ୍ତନ ହେଲା କାହିଁକି?କିଏ ଚୟନ କଲା ବିରୋଧୀ ଦଳ ନେତା?କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ ପଟ୍ଟନାୟକ?

“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

ଡବଲ ଇଞ୍ଜିନ୍: ଆପଣମାନେ ଖୁସି ତ’? ଦୃଶ୍ୟମାନ ହେବ କି ଅଦୃଶ୍ୟ ମେଣ୍ଟ!

ପ୍ରଦୀପ୍ତଙ୍କ କହିବା କଥା ସବୁ ବିଧାୟକ ଏହି ନିଷ୍ପତି ରାଷ୍ଟ୍ରୀୟ ସଭାପତିଙ୍କ ଉପରେ ଛାଡ଼ି ଦେଇଥିଲେ।ଦଳ ଯାହା ନିଷ୍ପତି ନେଲା ତାହା ଆମେ ସମସ୍ତେ ମାନିନେବା କଥା।ଏହାକୁ ନେଇ ବାରମ୍ବାର କ୍ଷୋଭ ପ୍ରକାଶ କରିବା ଅନୁଚିତ।କିନ୍ତୁ, ଜୟ ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ସେ ସବୁଠାରୁ ପୁରୁଣା ସଦସ୍ୟ।ତାଙ୍କୁ ସେହିପରି କିଛି ସୂଚନା ଦିଆଯାଇଥିଲା।ଏବଂ ସେ ସେହି ଢଙ୍ଗରେ କାମ କରି ଆସୁଥିଲେ।ସମସ୍ତେ ମଧ୍ୟ ସେୟା ଭାବି ନେଇଥିଲେ।ଚୟନ ପାଇଁ ଆସିଥିବା ପର୍ଯ୍ୟବେକ୍ଷକଙ୍କୁ ବିଧାୟକମାନେ ତାଙ୍କ ନାଁ ଦେଇଥିଲେ।ତେବେ ଶେଷ ସମୟରେ କ’ଣ ହେଲା ସେ କହି ପାରିବେ ନାହିଁ।ସେ ସିଧାସଳଖ ନିଷ୍ପତିକୁ ବିରୋଧ କରୁନଥିଲେ ମଧ୍ୟ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହେଇଯାଉଛି।ବିଜେପି ପାର୍ଥି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବାରେ ବିଜେଡିର ଭୂମିକା ପରେ ସେ ବଳି ପଡ଼ିଗଲେ କି?ପ୍ରଶ୍ନର ଉତ୍ତରରେ, ହେଇଥାଇ ପାରେ ବୋଲି ସେ କହିବା ସହ, ଯିଏ ସହଯୋଗ ନେବା କଥା ସେ ତ’ ନେଲା।କିନ୍ତୁ, ବିଜେଡି କେଉଁ ସ୍ୱାର୍ଥରେ ସହଯୋଗ ଦେଲା ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଯେ ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ଆଲୋଚନା ହେଉଥିଲା।ଚୟନ ପାଇଁ ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ ଆସିଥିଲେ ପର୍ଯ୍ୟବେକ୍ଷକ ଭାବରେ।କିନ୍ତୁ ଏଠି କିଛି ନିଷ୍ପତି ନ’ହୋଇ ସେ ଫେରି ଯାଇଥିଲେ।ଏବଂ ପରେ ହଠାତ୍ ପ୍ରଦୀପ୍ତ କୁମାର ନାୟକଙ୍କ ନାମ ଘୋଷଣା ହେଲା।ଜୟ ନାରାୟଣ ବିଜେଡିର ପରମ ବିରୋଧୀ ଭାବରେ ଜଣାଶୁଣା।ସେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ନୁହଁ।ତେଣୁ ଅତୀତରେ ରାଜ୍ୟ ସଭାପତି ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଆଲୋଚନା ହୋଇ ଶେଷ ସମୟରେ ବସନ୍ତ ପଣ୍ଡାଙ୍କୁ ସଭାପତି କରି ବସାଇଦେବା ପରି ପ୍ରଦୀପ୍ତଙ୍କୁ ସେହିପରି ଭାବରେ ବସାଇ ଦିଆଗଲା ବୋଲି ଆଲୋଚନା ହେଉଛି।ସେବେ ରାଜ୍ୟ ସଭାପତି ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ କଥା ହେଉ ଅବା ଏବେ ବିରୋଧୀଦଳ ନେତା ପାଇଁ ଜୟ ନାରାୟଣ ମିଶ୍ରଙ୍କ ନାମ ହେଉ, ପ୍ରଭାବୀ ନେତୃତ୍ୱ ଅପେକ୍ଷା ଆନୁଗତ୍ୟଙ୍କୁ ପଦବୀରେ ବସାଇ ନିଜ କଣ୍ଟ୍ରୋଲରେ ରାଜ୍ୟ ବିଜେପିକୁ ରଖିବାର ଯୋଜନା ସବୁବେଳେ ଚାଲିଛି।ଏବଂ ଏବେ ଆଗକୁ ରାଜ୍ୟ ସଭାପତି ଚୟନରେ ମଧ୍ୟ ସେହିପରି କିଛି ଘଟିବାକୁ ଯାଉଥିବାର ଯଥେଷ୍ଟ ସମ୍ଭାବନା ରହୁଛି।//ଦେବଦତ୍ତ ରଥ

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!