Odiapua.com

ବିଜେପି ଯୁବା ନେତ୍ରୀଙ୍କ ଆପତ୍ତିଜନକ ଭାଇରାଲ୍ ଫଟୋ ..

ନୂଆଦିଲ୍ଲୀ: ନିକଟରେ ବିଜେପିର ଜଣେ ଯୁବା ନେତ୍ରୀଙ୍କୁ ସୋସିଆଲ ମିଡିଆ ଅପବ୍ୟବହାରର ଶିକାର ହେବାକୁ ପଡିଥିଲା। ଅଭିଯୋଗ ଅନୁଯାୟୀ ଏସପି, କଂଗ୍ରେସ ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ ଫେସବୁକରେ ଜଣେ ବିଜେପି ମହିଳା ଯୁବା ନେତ୍ରୀଙ୍କ ବିବାଦୀୟ ଫଟୋ ଭାଇରାଲ୍ କରିଥିଲେ। ଦିଲ୍ଲୀ ଆଇଟି ସେଲ୍ କୋ- କନ୍ଭେନର (ଯୁଗ୍ମ- ସଂଯୋଜିକା) ଅପୂର୍ଭା ସିଂ ଅଭିଯୋଗ କରିଥିଲେ ଯେ, କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ କିଛି ଲୋକ ଜଣେ ଅହିହ୍ନା ଝିଅର ଆପତ୍ତିଜନକ ଫଟୋ ସହ ତାଙ୍କ ଫଟୋ ଯୋଡ଼ି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।

ରବିବାର ଦିନ ଅପୂର୍ଭା ସିଂ ଟ୍ୱିଟ୍ କରି ଥିଲେ ଯେ କ’ଣ ଜଣେ ବିଜେପି ସମର୍ଥକ ମହିଳା ହେବା ଭୁଲ୍ କି, ତେବେ ଏହି କଂଗ୍ରେସ, ଏସପି ଏବଂ ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମୋର ବିଜେପି ପତାକା ଫଟୋ ସହିତ ଏକ ଅଜ୍ଞାତ ଝିଅର ଖରାପ ଫଟୋ ଲଗାଇ କାହିଁକି ଭାଇରାଲ କରୁଛନ୍ତି। କ’ଣ ସେମାନଙ୍କର ମା’ ଭଉଣୀ ନାହାଁନ୍ତି କି। ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଏ’ ବାବଦରେ ସେ ୧୪ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ, କିନ୍ତୁ ୨ ମାସ ବିତିଯିବା ପରେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କି ପୋଷ୍ଟ ଗୁଡ଼ିକ ହଟାଗଲା ନାହିଁ। ଅପୂର୍ଭା ଟ୍ୱିଟରେ ଏଫଆଇଆର ଏକ କପି ମଧ୍ୟ ସେୟାର କରିଥିଲେ। ଯାହା ଅନୁଯାୟୀ ସେ ୧୯ ମାର୍ଚ୍ଚ ୨୦୨୦ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଥିଲେ। ଅଭିଯୋଗ ସହିତ ଯେଉଁମାନେ ଖରାପ ଫଟୋ ଭାଇରାଲ୍ କରିଥିଲେ ସେମାନଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲର ସ୍କ୍ରିନସଟ୍ ମଧ୍ୟ ସଂଲଗ୍ନ କରିଥିଲେ।

ଏହାପରେ ଅନେକ ବିଜେପି ନେତା ଅପୂର୍ଭା ସିଂଙ୍କ ସମର୍ଥନରେ ଆଗକୁ ଆସିଥିଲେ। ଟ୍ୱିଟରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ #ଜଷ୍ଟିସ୍ ଫର୍ ଅପୂର୍ଭା ଟ୍ରେଣ୍ଡ୍ ଜାରି ରହିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତା ଉପରେ ଅନେକ ପ୍ରଶ୍ନ ଉଠିବା ପରେ, ଆଜି ସକାଳେ ଡିସିପି ସାଇବର୍ କ୍ରାଇମ ସେଲ୍ ପକ୍ଷରୁ ଏକ ଟ୍ୱିଟ୍ କରାଗଲା ଯେ, ଅପୂର୍ଭାଙ୍କ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା କେସ୍ ଅନୁଯାୟୀ, ଟ୍ୱିଟରରେ ପ୍ରସ୍ତୁତ ସମସ୍ତ ଆପତ୍ତିଜନକ ପୋଷ୍ଟ ଏବଂ ଫେସବୁକରେ ପ୍ରସ୍ତୁତ ୨୬ଟି ପୋଷ୍ଟକୁ ସମ୍ପୃକ୍ତ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଆପତ୍ତିଜନକ ପୋଷ୍ଟ ସେୟାର କରିଥିବା ଜଣେ ଅଭିଯୁକ୍ତ ମହମ୍ମଦ ଅସୀମଙ୍କୁ ଗିରଫ କରାଯାଇଛି।

ଏହାପରେ ଅପୂର୍ଭା ଟ୍ୱିଟ୍ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି ଯେ ଦିଲ୍ଲୀ ପୋଲିସ୍ ଠାରୁ ମୁଁ ଆଶା କରୁଛି ଯଥାଶୀଘ୍ର ସମସ୍ତ ପୋଷ୍ଟ ଡିଲିଟ୍ ହୋଇଯିବ ଏବଂ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଅଧିକ ସମୟ ନେବ ନାହିଁ। ମୋ ପରି ପ୍ରତ୍ୟେକ ଝିଅ ତୁରନ୍ତ ନ୍ୟାୟ ପାଇବେ। ଏହାପରେ ଅପୂର୍ଭା ପୁଣି ଏକ ଟ୍ୱିଟ୍ କରି ତାଙ୍କ ପ୍ରୋଫାଇଲ୍ ପିକ୍ଚର ବ୍ୟବହାର କରିଥିବା ସମସ୍ତଙ୍କୁ ତାହା ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି। /-ଦେବଦତ୍ତ ରଥ

ଅମାନୁଷିକ ନବୀନ ସରକାର, ଜିଜିଆ କର ଲଗାଇଛନ୍ତି ମୋଦୀ ସରକାର: ନବୀନଙ୍କୁ ଲେଖାଶ୍ରୀଙ୍କ ଆକ୍ଷେପ, ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ବାଜୁଛି ..