ବିଜୟୱାଡା, ୦୯ ଅଗଷ୍ଟ (ଓଡିଆ ପୁଅ) ଆନ୍ଧ୍ରପ୍ରଦେଶର ବିଜୟୱାଡାସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ଏହି ହୋଟେଲକୁ କୋଭିଡ ସେଣ୍ଟର ଭାବରେ ବ୍ୟବହାର କରାଯାଉଥିଲା। ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି। ହୋଟେଲ ଗୋଲଡେନ୍ ପ୍ୟାଲେସରେ ଏହି ଦୁର୍ଘଟଣା ଘଟିଛି। ହୋଟେଲରେ ୪୦ ଜଣ ଥିଲେ ବୋଲି ପ୍ରାଥମିକ ଖବର ମିଳିଛି। ଏଥିରେ ୩୦ ଜଣ କରୋନା ରୋଗୀ ଏବଂ ୧୦ ଜଣ ଡାକ୍ତରଖାନାର କର୍ମଚାରୀ ଥିଲେ। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।








