ଜାମ୍ମୁ-କାଶ୍ମୀର ୨୬-୧୦ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରେ ଗ୍ରେନେଡରେ ହମଲା କରିଛନ୍ତି। ଏଥିରେ ୬ ଜବାନ ଆହତ ହୋଇଥିବାର ଖବର ମିଳିଛି। ଆତଙ୍କୀ ଆକ୍ରମଣ ସରାୟ କାକା ନାମକ ସ୍ଥାନରେ ହୋଇଛି। ଏହି ଆକ୍ରମଣ ପରେ ସୁରକ୍ଷାବଳ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରିଛନ୍ତି। ଏବେ ସମ୍ପୂର୍ଣ୍ଣ ସ୍ଥାନରେ ସର୍ଚ ଅପରେଶନ ଜାରୀ ଅଛି।
ସେନା ଅନୁସାରେ, ଶନିବାରଦିନ ଆତଙ୍କବାଦୀମାନେ କାକା ସରାୟରେ ସିଆରପିଏଫ ବଙ୍କର ଉପରେ ଗ୍ରେନେଡ ଫୋପାଡ଼ିଥିଲେ। ଏଥିରେ ୬ ଜଣ ଜବାନ ଆହତ ହୋଇଛନ୍ତି।
ଏହି ଗ୍ରେନେଡ ହମଲା ସଂଧ୍ୟାରେ ୬ଟା ୫୦ ମିନଟରେ ହୋଇଥିଲା। ଆହତ ଜବାନ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।