ଭୁବନେଶ୍ୱର: ଓଡ଼ିଶାରେ ଗଣତନ୍ତ୍ରର ଶାସନ ଚାଲିନାହିଁ, ବରଂ ଅଫିସରରାଜ୍ ଚାଲିଛି। ନିର୍ବାଚତ ବିଧାୟକ ମାନଙ୍କ କୈାଣସି ମୂଲ୍ୟ ନଥିବାବେଳେ ସରକାରୀ ଅଫିସର ମାନେ ମନଇଚ୍ଛା ଶାସନ ଚଲାଉଛନ୍ତି। ସଂପ୍ରତି ଆକାଂକ୍ଷା ଜିଲ୍ଲାର ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ କୋରାପୁଟ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନେ ଅନୁପସ୍ଥିତ ରହି ଅସମ୍ମାନ ଜଣାଇବା ଓ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣା ରାଜ୍ୟରେ ଅଫିସରରାଜ୍କୁ ପଦାରେ ପକାଇଥିଲା। ରାଜ୍ୟର ମୁଖ୍ୟ ବିରୋଧୀ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଏବଂ ଏହାର କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଶାସକ ବିଜେଡିର ଅସହିଷ୍ଣୁ ମନୋଭାବ ଆଜି ସମସ୍ତ ସୀମା ଅତିକ୍ରମ କରିଛି। ମିଛଠାରେ ବିଜେପି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବଦନାମ କରିବା ପାଇଁ ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଓ ପ୍ରଶାସନକୁ ଅପବ୍ୟବହାର କରୁଛି। ଏପରିକି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିବା ଜନପ୍ରତିନିଧି ମାନଙ୍କୁ ମଧ୍ୟ ଅଯଥାରେ ବଦନାମ କରାଯାଉଛି। ଗତ ପଞ୍ଚାୟତ ଓ ପୈାର ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀ ମାନେ ଶାସକ ବିଜେଡିର କର୍ମୀ ସାଜି କାର୍ଯ୍ୟ କରୁଥିବାର ପ୍ରମାଣିତ ହୋଇଛି। ଅନୁରୁପ ଭାବେ ଆଜି ପୁଣି ଥରେ ସରକାରୀ କଳ ଓ ପ୍ରଶାସନକୁ ଅପବ୍ୟବହାର କରି ଶାସକ ବିଜେଡିର ଏଭଳି ଆଉ ଏକ ନିନ୍ଦନୀୟ, ଅଗଣତାନ୍ତ୍ରୀକ ଏବଂ ଅସାମ୍ବିଧାନିକ କାର୍ଯ୍ୟ କରିଛି। ନିଜ ଅଞ୍ଚଳର ବିକାଶ ପାଇଁ ସର୍ବଦା କାର୍ଯ୍ୟରତ ଏବଂ ଜଣେ ସରଳ, ଶାନ୍ତ, ଭଦ୍ରବ୍ୟକ୍ତି ଭାବେ ଜଣାଶୁଣା ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ଏଭଳି ଅସହିଷ୍ଣୁ ମନୋଭାବ ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି ଯେ, ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡ଼ି ତାଙ୍କୁ ବଦନାମ୍ କରିବା ପାଇଁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଅତ୍ୟନ୍ତ ସାଂଘାତିକ। ସ୍ଥାନୀୟ ଜନପ୍ରତିନିଧି ଭାବେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାର ସମାଧାନ ଏବଂ ଅଞ୍ଚଳର ବିକାଶମୁଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଡିଓଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ ଏବଂ ବିଡିଓ ନିଜେ ମଧ୍ୟ ସମ୍ମତି ଜଣାଇଥିଲେ। ବିଧାୟକ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଅନୁପସ୍ଥିତ ଥିବା ବିଡିଓ ମହାଶୟ ଅନ୍ୟ ସ୍ଥାନକୁ ଆସିବା ପାଇଁ ବିଧାୟକଙ୍କୁ କହିଥିଲେ। ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ବିଡିଓ ମହାଶୟ ବିଧାୟକଙ୍କୁ ସାକ୍ଷାତ କରିନଥିଲେ। ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍କ୍ଷିପ୍ତ ବିଡିଓ ମହାଶୟ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଅଶ୍ରାଭ୍ୟ ଗାଳିଗୁଲଜ କରିବା ସହିତ ତାଙ୍କ ସାର୍ଟ କଲର୍କୁ ଧରି ମାରିଦେବାର ଧମକ ଦେଇଥିଲେ। ଏନେଇ ବିଧାୟକ ସୁବାଷ ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ପରବର୍ତ୍ତୀ ସମୟରେ ବିଡିଓଙ୍କ ଏତଲାକ୍ରମେ ଆଜି ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରାଯିବା ସୁପୋରିକଳ୍ପିତ ଓ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଗୋଲକ ମହାପାତ୍ର କହିଛନ୍ତି। ବିଭିନ୍ନ ଅପରାଧୀମୁଳକ ଓ ଅଗଣତାନ୍ତ୍ରୀକ କାର୍ଯ୍ୟକଳାପରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଥିବା ସତ୍ୱେ ପୋଲିସ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ହତ୍ୟା, ଅପହରଣ ମାମଲା ଭଳି ସଂଗୀନ ଅପରାଧରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ପୋଲିସ ମୈାନଧାରଣ କରି ହାତ ଉପରେ ହାତ ଥୋଇ ଦେଇ ବସିରହିଛି। କିନ୍ତୁ, କୌଣସି ପ୍ରମାଣ ନଥାଇ ବିଡିଓଙ୍କ ଏକ ଲେଖାରେ ବିଧାୟକ ସୁବାଷ ପାଣିଗ୍ରାହିଙ୍କୁ ପୋଲିସ କେମିତି ଗିରଫ କଲା ବୋଲି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ପ୍ରଥମେ ରୁଜୁ ହୋଇଥିବା ବିଧାୟକଙ୍କ ଏତଲାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି? ବିଧାୟକଙ୍କ ଏତଲାକ୍ରମେ ବିଡିଓଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? କେଉଁ ପରିସ୍ଥିତିରେ ବିଧାୟକଙ୍କୁ ଗିରଫ କରାଗଲା? ମାନ୍ୟବର ବିଧାୟକ କ’ଣ ଭୁଲ କରିଛନ୍ତି? ଯଥାଶୀଘ୍ର ଏହାର ଉତ୍ତର ରଖନ୍ତୁ ରାଜ୍ୟ ସରକାର, ନଚେତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧୀଙ୍କ ପ୍ରତି ଅସହିଷ୍ଣୁ ମନୋଭାବକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଗୋଲକ ମହାପାତ୍ର ଚେତାବନୀ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।
-/Dr