ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) କୋଭିଡ ମୁକାବିଲା ପାଇଁ ରୋଗୀମାନଙ୍କର ସମସ୍ୟାର ସମାଧାନ ଯୋଗାଇବା ପାଇଁ ମନ୍ତ୍ରଣାଳୟ ଦ୍ୱାରା ଏକ ଉତ୍ସର୍ଗୀକୃତ କମ୍ୟୁନିଟି ହେଲ୍ପ ହେଲ୍ପଲାଇନ ନମ୍ବର କାର୍ଯ୍ୟକ୍ଷମ ହୋଇଛି। ଏହି ଟୋଲ୍ ଫ୍ରି ନଂ ହେଉଛି – ୧୪୪୪୩।
ଏହି ନମ୍ବରରେ ଫୋନ୍ କରି କୋଭିଡ୍ ଆକ୍ରାନ୍ତ, ରୋଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇପାରିବେ।
ହେଲ୍ପଲାଇନ ନଂ ସମସ୍ତ ଦିନ ସକାଳ ୬ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି କହିଛି ଆୟୁଷ ମନ୍ତ୍ରଣାଳୟ।