Home ଓଡ଼ିଶା ‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ପାଇଁ ଆବେଦନ ସମୟସୀମା ଜୁନ ୨୧...

‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ପାଇଁ ଆବେଦନ ସମୟସୀମା ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି

145
Image Credit - Shikha Sehrawat you tube

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତାର ଆବେଦନ ସମୟସୀମା ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଡିଜିଟାଲ ପ୍ଲାଟଫର୍ମରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୁଷ ମନ୍ତ୍ରଣାଳୟ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ (ଆଇସିସିଆର)ର ମିଳିତ ଆନୁକୁଲ୍ୟରେ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆୟୋଜିତ ହେଉଛି। ପୂର୍ବରୁ ଏହି ପ୍ରତିଯୋଗିତା ପାଇଁ ଆବେଦନର ଶେଷ ତାରିଖ ଜୁନ ୧୫ ଧାର୍ଯ୍ୟ ହୋଇଥିଲା। ଭାରତ ଏବଂ ବିଦେଶରୁ ଏହି ସମୟସୀମା ବୃଦ୍ଧି ପାଇଁ ଦାବି ହୋଇଆସୁଥିଲା। ସେ ଦୃଷ୍ଟିରୁ ମନ୍ତ୍ରଣାଳୟ ଏବଂ ଆଇସିସିଆର ଏହି ସମୟସୀମାକୁ ଆନ୍ତର୍ଜାତିକ ଯୋଗ ଦିବସ ଅର୍ଥାତ ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ପ୍ରଧାନମନ୍ତ୍ରୀ ଗତ ୩୧ତାରିଖ ଦିନ ତାଙ୍କ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ। ଏହି ପ୍ରତିଯୋଗିତା ସାଧାରଣ ଜୀବନରେ ଯୋଗର ପ୍ରଭାବ ସମ୍ପର୍କରେ ସୂଚାଇବା ସହ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏକ ବିଷୟ ଭାବେ ନିଆଯାଇଛି।

ଏହି ପ୍ରତିଯୋଗିତାରେ ଆବେଦନ କରିବାକୁ ହେଲେ, ଆବେଦନକାରୀଙ୍କୁ ୩ ମିନିଟ ଅବଧିର ଏକ ଭିଡିଓ ପଠାଇବାକୁ ପଡିବ। କ୍ରିୟା, ଆସନ, ପ୍ରାଣାୟମ, ମୁଦ୍ରା ଏମଧ୍ୟରୁ ତିନି ପ୍ରକାରର ଯୋଗାଭ୍ୟାସ ଏବଂ ଯୋଗ ଶରୀର ଉପରେ କି ପ୍ରକାରର ପ୍ରଭାବ ପକାଉଛି ତାହାର ଏକ ସଂକ୍ଷିପ୍ତ ଭିଡିଓ ବାର୍ତ୍ତା ଏଥିରେ ରହିବ। ଏହି ଭିଡିଓକୁ ଫେସବୁକ, ଟ୍ଵିଟର, ଇନଷ୍ଟାଗ୍ରାମ କିମ୍ବା ମାଇଗଭ ପ୍ଲାଟଫର୍ମରେ #MyLifeMyYogaINDIA ଏବଂ ହ୍ୟାସଟ୍ୟାଗ ସହିତ ଅପଲୋଡ କରିପାରିବେ। ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ଏହାର ସବିଶେଷ ନିୟମାବଳୀ https://yoga.ayush.gov.in/yoga/ ରେ ପାଇପାରିବେ।

ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଦେଶୱାରୀ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ହେବ। ଏହାପରେ ବିଶ୍ଵସ୍ତରରେ ବିଭିନ୍ନ ଦେଶର ବିଜେତାମାନଙ୍କୁ ବଛାଯିବ। ମାନବ ଶରୀରରେ ଯୋଗର ପ୍ରଭାବ ନେଇ ପ୍ରତିଯୋଗୀମାନେ ଭିଡିଓରେ ତାହା ଦର୍ଶାଇବେ। ଏହି ପ୍ରତିଯୋଗିତା ପାଇଁ ତିନୋଟି ଶ୍ରେଣୀ ରହିଛି। ପ୍ରଥମ ଶ୍ରେଣୀର ପ୍ରତିଯୋଗୀମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଦ୍ଵିତୀୟ ଶ୍ରେଣୀ ପ୍ରତିଯୋଗୀମାନଙ୍କ ବୟସ ୧୮ ଊର୍ଦ୍ଧ୍ଵ। ତୃତୀୟ ଶ୍ରେଣୀ ପ୍ରତିଯୋଗୀମାନେ ଯୋଗ ପ୍ରଶିକ୍ଷକ ହୋଇଥିବା ଆବଶ୍ୟକ। ଭାରତୀୟ ପ୍ରତିଯୋଗୀମାନଙ୍କ ପାଇଁ ପ୍ରଥମ ପୁରସ୍କାର ୧ ଲକ୍ଷ, ଦ୍ଵିତୀୟ ପୁରସ୍କାର ୫୦ ହଜାର ଏବଂ ତୃତୀୟ ପୁରସ୍କାର ୨୫ ହଜାର ଟଙ୍କା ରଖାଯାଇଛି। ସେହିଭଳି ବୈଶ୍ଵିକ ସ୍ତରରେ ପ୍ରଥମ ପୁରସ୍କାର ୨୫୦୦ ଆମେରିକୀୟ ଡଲାର, ଦ୍ଵିତୀୟ ପୁରସ୍କାର ୧୫୦୦ ଆମେରିକୀୟ ଡଲାର ଏବଂ ତୃତୀୟ ପୁରସ୍କାର ୧୦୦୦ ଆମେରିକୀୟ ଡଲାର ରଖାଯାଇଛି।

ଏହି ଘୁଞ୍ଚାଯାଇଥିବା ଅବଧିର ସଦୂପଯୋଗ କରି ଅବିଳମ୍ଭେ ଭିଡିଓ ଦାଖଲ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରତିଯୋଗୀମାନଙ୍କୁ ନିବେଦନ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.