Odiapua.com

ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା: ଢେଲା ମାଡ଼ରେ ଏସପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁରର ଜିଲ୍ଲାର ବାରଖାପରା ଅଞ୍ଚଳରେ ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ଘଟଣାକୁ ଆୟତ କରିବାକୁ ଯାଇଥିବା ଏସପି ଆକ୍ରମଣର ଶୀକାର ହୋଇଛନ୍ତି। ଢେଲା ମାଡ଼ରେ ଏସପିଙ୍କ ମୁଣ୍ଡ ଫାଟିଛି। ଏସପି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସ୍ଥାନୀୟ ଆଦିବାସୀଙ୍କୁ ବଳପୂର୍ବକ ଖ୍ରୀଷ୍ଟଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଧର୍ମରେ ସାମିଲକୁ ଆଦିବାସୀ ବିରୋଧ କରିଥିଲେ। ଚର୍ଚ୍ଚରେ ଏକାଧିକ ଆଦିବାସୀଙ୍କୁ ଏକାଠି ପରେ ଉତ୍ତେଜନା ପରେ ଗଣ୍ଡଗୋଳ ହୋଇଥିଲା। ଗୋଷ୍ଠୀ ସଂଘର୍ଷ ଖବର ପାଇ ନାରାୟଣପୁର ଏସପି ସଦାନନ୍ଦ କୁମାର ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଉତ୍ୟକ୍ତ ଲୋକ ପୋଲିସ ଉପରକୁ ଢେଲାମାଡ଼ କରିଦେଲେ। ଏଥିରେ ଏସପିଙ୍କ ସମେତ ଅନ୍ୟ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏସପିଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଓଡ଼ିଶା – ଛତିଶଗଡ଼ ସୀମାନ୍ତରେ ବ୍ୟାପକ ପରିମାଣରେ ଚାଲିଛି ଧର୍ମାନ୍ତରୀକରଣ। ଏଠାକାର ଆଦିବାସୀ ମାନଙ୍କୁ ଭୟଭୀତ ଅଥବା ପ୍ରଲୋଭିତ କରି ଖ୍ରୀଷ୍ଟ ଧର୍ମରେ ସାମିଲ୍ କରାଯାଉଥିବା ଅଭିଯୋଗ ହୋଇଆସୁଛି।

ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..


/Dr