ଭୁବନେଶ୍ୱର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇ ପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇ ପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଞ୍ଜୁର କରିଛନ୍ତି। ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ Cyber Forensic ଏବଂ IT ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି। ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ଜଣ ministerial staff ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି।
-@Dr
Home Top News ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା: ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ...