Odiapua.com

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାଣୀଙ୍କ ଝିଅର ଏକ ସେଲ୍ଫି ଉପରେ କମେଣ୍ଡକୁ ନେଇ ଜବାବ ଦେଇଛନ୍ତି ମା” ସ୍ମୃତି।କିଛି ଦିନ ପୂର୍ବେ ସ୍ମୃତି ତାଙ୍କ ଇଂଷ୍ଟା ଆକାଉଣ୍ଟରେ ନିଜ ସହ ତାଙ୍କ ଝିଅର ଏକ ସେଲ୍ଫି ପୋଷ୍ଟ କରିଥିଲେ।ଏହାପରେ କିନ୍ତୁ ତାଙ୍କ ଝିଅଙ୍କ ସହପାଠୀଙ୍କ ପକ୍ଷରୁ ମା’ଙ୍କ ସହ ଝିଅର ତୁଳନାରେ ( ଲୁକ୍ସ), ଚେହେରାକୁ ନେଇ ଅପମାନ କରିବାକୁ ଚେଷ୍ଟା କରାଯିବାରୁ ପୋଷ୍ଟ ହଟାଇ ଦିଆଗଲା।ଏହାପରେ ସ୍ମୃତି ଅପମାନିତ କରୁଥିବା ବଦମାସ (ସହପାଠୀ)ଙ୍କୁ ଜବାବ ଦେଇ ନିଜ ଝିଅର ଆଉ ଏକ ଫଟୋ ପୋଷ୍ଟ କଲେ।

ସ୍ମୃତି ଲେଖିଲେ, “ମୁଁ କାଲି ମୋ ଝିଅର ସେଲ୍ଫି ଡିିଲିଟ କରି ଦେଇଥିଲି।କାହିଁକି ନାଁ,ଜଣେ ବୋକା ତାକୁ କ୍ଲାସରେ ବିରକ୍ତ କରାଇ ଦେଇଥିଲା।ଜଣେ କେହି ଝା” ତାର ଲୁକ୍ସକୁ ନେଇ ମଜାକ୍ ଉଡାଇଥିଲା।ଏବଂ କ୍ଲାସରେ ନିଜ ସାଥୀମାନଙ୍କୁ କହିଥିଲା ମା”ଙ୍କ ସହ ସେଲ୍ଫିରେ ତାର ଲୁକ୍ସକୁ ନେଇ ତାକୁ ଅପମାନିତ କର।ମୋ ଝିଅ ମତେ ଅନୁରୋଧ କରିଥିଲା କି ମା” କୃପୟା ତାକୁ ଡିଲିଟ କରିଦିଅ।ସେମାନେ ମୋର ମଜା ଉଡ଼ାଉଛନ୍ତି।ମୁଁ ଡିଲିଟ କରିଦେଲି, କାରଣ ମୁଁ ତା’ ଲୁହ ଦେଖିପାରିଲିନି।ଏହାପରେ ମୁଁ ଅନୁଭବ କଲି ହଇରାଣ କରିଥିବା ଲୋକକୁ ମୁଁ ସପୋର୍ଟ କଲି।

ତେବେ, ମିଷ୍ଟର ଝା,ମୋ ଝିଅ ଜଣେ କୁଶଳୀ ଖେଳାଳୀ।ସେ ଲିମକା ବୁକ ରେକର୍ଡ ଅଧିକାରୀ।କରାଟେରେ ୨ ଏନଡିଡେନ ବ୍ଲାକ ବେଲ୍ଟ ,ୱାର୍ଲଡ଼ ଚମ୍ପିୟାନସିପରେ ୨ ଥର କାଂସ୍ୟ ପଦକରେ ସମ୍ମାନୀତ ହୋଇସାରିଛି।ସେ ଏକ ଭଲ ଝିଅ ଅଟେ।ହଁ,ବହୁତ ସୁନ୍ଦର ଅଟେ।ତାକୁ ଧମକାଇବା ପାଇଁ ଆପଣ ସବୁ ଚାହୁଁଛନ୍ତି।ତାକୁ ପୁଣି ଲଢ଼ିବାକୁ ହେବ।ସେ ଜୋଇଶ ଇରାଣୀ।ଏବଂ ମତେ ତା’ ମା’ ହେବା ଉପରେ ଗର୍ବ ଅଟେ।//ଦେବଦତ୍ତ

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ