Home ଓଡ଼ିଶା ଡ୍ରଗ୍ କିଣିଥିବା ସ୍ୱୀକାର କରିବା ପରେ ଶୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା ଗିରଫ

ଡ୍ରଗ୍ କିଣିଥିବା ସ୍ୱୀକାର କରିବା ପରେ ଶୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା ଗିରଫ

152

ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଚାଲିଥିବା ‘ଡ୍ରଗ୍ ଆଙ୍ଗଲ୍’ ଯାଞ୍ଚ ମାମଲାରେ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଶୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ଏନସିବି ଗିରଫ କରିଛି।

ଶୌଭିକ୍ ତାଙ୍କ ଭଉଣୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣିଥିବା ଅଭିଯୋଗ ହେବାର କିଛି ମିନିଟ୍ ପରେ ଏହି ଖବର ଆସିଛି।

ଏଥିସହ ଶୌଭିକ୍ କହିଛନ୍ତିଯେ, ରିୟା ତାଙ୍କୁ ଏବଂ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଡ୍ରଗ୍ କ୍ରୟ କରିବାକୁ କହିଥିଲେ ଏବଂ ଏନସିବି ସୂତ୍ର ଅନୁଯାୟୀ ସେ ଅନ୍ୟ ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି। ଶୋଭିକ୍ ଏବଂ ମିରାଣ୍ଡାଙ୍କୁ ଏନସିବି ଦ୍ୱାରା ସକାଳୁ ହେପାଜତକୁ ନିଆଯାଇଥିଲା।


ଏହାପୂର୍ବରୁ ଏନସିବି ଶୋଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କ ବାସଭବନ ଉପରେ ଚଡ଼ାଉ କରି ଏହି ମାମଲାରେ ‘ଡ୍ରଗ୍ ଆଙ୍ଗଲ୍’ ସଂପର୍କରେ ରେହ ଚକ୍ରବର୍ତ୍ତୀଙ୍କ କାର, ଫୋନ୍ ଏବଂ ଲାପଟପ୍ ଖୋଜାଖୋଜି କରିଥିଲା।

ଏତଦ୍‌ବ୍ୟତୀତ, ଏନସିବି ସୂତ୍ରରୁ ପ୍ରକାଶ ଯେ, ଶୋଭିକ ଡ୍ରଗ୍ସ ପାଇବା ପାଇଁ ବାନ୍ଦ୍ରାସ୍ଥିତ ଏକ ଫୁଟବଲ କ୍ଲବରେ ‘ଡ୍ରଗ୍ସ ବିକ୍ରେତା’ ବଶିଷ୍ଠ ପରିହାରଙ୍କୁ ଭେଟିଥିଲେ।

ପରିହାର ପୂର୍ବରୁ ସୋହେଲ ନାମକ ଅନ୍ୟ ଜଣେ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗରେ ଥିଲେ। ଯିଏ ଶୋଭିକ୍ ଏବଂ ରିୟା ଯୋଗାଉଥିବାର ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.