Odiapua.com

ବିଜେପିରେ ଯୋଗ ଦେଲେ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ନିଜର ବୋଲ୍ଡ ଏବଂ ବିନ୍ଦାସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି।ଦିଲ୍ଲୀ ଜବାହାର ଲାଲ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦେଇଛନ୍ତି।ଏହି ସମୟରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ, ସଙ୍ଗଠନ ସମ୍ପାଦକ ରାମ ଲାଲ ପ୍ରମୁଖ ଉପସ୍ଥିତ ଥିଲେ।

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ଆଲୋଚନା ହେଉଥିଲା।କିନ୍ତୁ ସପନା ଏହାକୁ ଖଣ୍ଡନ କରିଥିଲେ।ବିଜେପିରେ ଯୋଗଦେବା ପରେ ସପନାଙ୍କୁ ହରିୟାଣା ବିଧାନସଭା ପାଇଁ ଦଳ ଟିକେଟ ଦେଇପାରେ ବୋଲି ଅନୁମାନ କରାଯାଉଛି।ହରିୟାଣାର ରୋହତକରେ ୧୯୯୦ରେ ଜନ୍ମିତ ସପନାଙ୍କ ଜୀବନ ସଙ୍ଘର୍ଷମୟ।ସେ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ ପିଲାବେଳୁ ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା।ପରିବାର ଚଲାଇବା ପାଇଁ ସେ ଡ୍ୟାସିଂ ଏବଂ ସିଙ୍ଗିଙ୍ଗକୁ କ୍ୟାରିୟର ଭାବରେ ଗ୍ରହଣ କରିଥିଲେ।//ଦେବଦତ୍ତ