Home ଓଡ଼ିଶା ଶେଷରେ ଜେଲରୁ ମୁକୁଳିବେ ମାନ୍ୟବର

ଶେଷରେ ଜେଲରୁ ମୁକୁଳିବେ ମାନ୍ୟବର

273

ଭୁବନେଶ୍ୱର, ୨୨/୭: (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରାୟ ଚାରି ବର୍ଷ ଧରି ଜେଲରେ ରହିବା ପରେ ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରାଯାଇଛି। ଗତ ସପ୍ତାହରେ ଜାମିନ ଆବେଦନର ରାୟକୁ କୋର୍ଟ ସଂରକ୍ଷିତ ରଖିଥିବା ସମୟରେ ଆଜି କୋର୍ଟ, ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ଯୌନ ଶୋଷଣ ମାମଲାରେ ସନ୍ତୋଷ ରାଉଳଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ସାରଥୀ ବାବାଙ୍କୁ ଜାମିନ ପ୍ରଦାନ କରାଯାଇଛି। ପୂର୍ବରୁ ୨ଟି ମାମଲାରେ ସନ୍ତୋଷ ରାଉଳଙ୍କୁ କୋର୍ଟ ଜାମିନ ପ୍ରଦାନ କରିସାରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇ ପ୍ରାୟ ୪ ବର୍ଷ ଧରି କଟକ ଚୌଦ୍ବାର ଜେଲ୍‌ରେ ଥିଲେ ସନ୍ତୋଷ ରାଉଳ ଓରଫ ସାରଥି ବାବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.