Home Top News ଋଷ – ୟୁକ୍ରେନ୍ ବିବାଦ: ଏକ ଗ୍ଲୋବାଲ୍ ମୁଦ୍ରାସ୍ଫୀତି ଝଟକା ଲାଗିବ ..

ଋଷ – ୟୁକ୍ରେନ୍ ବିବାଦ: ଏକ ଗ୍ଲୋବାଲ୍ ମୁଦ୍ରାସ୍ଫୀତି ଝଟକା ଲାଗିବ ..

147

ବର୍ଷ ବର୍ଷ ଧରି ଭ୍ଲାଦିମର ପୁଟିନ୍ ନାଟୋର ବିସ୍ତାରକୁ ଏକ ବିପଦ ଭାବରେ ଦେଖି ଆସୁଛନ୍ତି। କାରଣ ଏହା ଅନେକ ପୂର୍ବତନ ସୋଭିଏତ୍ ଦେଶ ଗୁଡ଼ିକୁ ଏକତ୍ର କରିଛି। ଯଦିଓ ୟୁକ୍ରେନ ନାଟୋର ସଦସ୍ୟ ହୋଇ ନାହିଁ କିମ୍ବା ଆଗତ ଭବିଷ୍ୟତରେ ହେଲା ଭଳି ସମ୍ଭାବନା ମଧ୍ୟ ନାହିଁ, ଋଷ ଚାହୁଁଛି ଯେ ଏହା କୌଣସି ଦିନ କାର୍ଯ୍ୟରତ ନହେଉ। ଗତ କିଛି ବର୍ଷ ଧରି ୱେଷ୍ଟର୍ନ ଆଳିଆନ୍ସ ନାଟୋରେ, ୟୁକ୍ରେନର ସଦସ୍ୟତାର ସମ୍ଭାବନାକୁ ବହୁ ଦୂରକୁ ଠେଲି ଦେଇଛନ୍ତି। କିନ୍ତୁ, ସେହି ସିଦ୍ଧାନ୍ତକୁ ଖୋଲା ରଖିବା ଦ୍ୱାରା ସେମାନଙ୍କ ବିଶ୍ବାସ ୟୁକ୍ରେନର ବୈଦେଶିକ ନୀତି ଉପରେ ଋଷର କୌଣସି ଭିଟୋ ନାହିଁ କାରଣ ୟୁକ୍ରେନ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ରାଷ୍ଟ୍ର ଅଟେ। ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ କହିଛନ୍ତି ଯଦି ୟୁକ୍ରେନ ନାଟୋର ସଦସ୍ୟତା ନିଏ ତାହାଲେ, ଏହା ଆମେରିକା ଏବଂ ନାଟୋ ସୈନ୍ୟଙ୍କୁ ସିଧାସଳଖ ଋଷ ସୀମା ଅଞ୍ଚଳରେ ଅବସ୍ଥିତ କରିବା। ଯାହା ଋଷର ସୁରକ୍ଷା ସ୍ୱାର୍ଥକୁ କ୍ଷୁର୍ଣ୍ଣ କରିବ। ଭ୍ଲାଦିମିର ପୁଟିନ୍ ବିଶ୍ୱାସ କରନ୍ତି ଯେ ୟୁକ୍ରେନ ସହିତ ସଙ୍ଗଠିତ ଭାବେ ରୁଷ ଏକ ସାମ୍ରାଜ୍ୟ, ସମ୍ଭବତଃ ଏକ ମହାଶକ୍ତି ମଧ୍ୟ ହୋଇପାରିବ।ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ନୂଆ ନୁହେଁ। ଫେବୃଆରୀ ୨୦୧୪ରେ ୟୁକ୍ରେନରେ ରାଜନୈତିକ ଅସ୍ଥିରତା ପରେ ଋଷ କ୍ରିମିଆନ ଉପଦିପ ଉପରେ ଆକ୍ରମଣ କରି ନିଜ ଅଧୀନକୁ ଆଣିଥିଲା। ଋଷ ସପକ୍ଷରେ ଥିବା ବିଦ୍ରୋହୀମାନେ ପୂର୍ବ ୟୁକ୍ରେନର ଡନବାସ ଅଞ୍ଚଳର ଡୋନେଟସ୍କ ଏବଂ ଲୁହାନସ୍କର ସହରଗୁଡ଼ିକୁ ନିୟନ୍ତ୍ରଣ କଲେ। ଅନେକ କ୍ଷୟକ୍ଷତି ହେବା ପରେ ଉଭୟ ପକ୍ଷ ସିଜ୍- ଫାୟାର ପାଇଁ ନିର୍ଣ୍ଣୟ କରିଥିଲେ। କିନ୍ତୁ ଉଭୟ ପକ୍ଷ ସମ୍ପୂର୍ଣ୍ଣ ଭାବେ ଅସ୍ତ୍ରବିରତି କରିନାହାଁନ୍ତି। ମିନସ୍କ ଚୁକ୍ତିନାମା ଅନୁଯାୟୀ ଋଷ ପୂର୍ବ ୟୁକ୍ରେନରୁ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିବ ବୋଲି ଚକ୍ତି କରିଥିଲା। କିନ୍ତୁ ସମ୍ପ୍ରତି ଫେବୃଆରୀ ୨୦୨୨ରେ ଋଷ ପୂର୍ବ ୟୁକ୍ରେନର ସେହି ଅଞ୍ଚଳଗୁଡ଼ିକୁ ସ୍ଵାଧୀନ ରାଜ୍ୟ ଭାବରେ ସ୍ୱୀକୃତି ଦେଇଥିଲା। ଅନ୍ୟ ଏକ ରାଜନୈତିକ ଦୃଷ୍ଟିକୋଣକୁ ଅନୁଧ୍ୟାନ କରିଲେ ଜଣାପଡ଼େ ଯେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁ ଏହା ସଂଯୁକ୍ତ ରାଷ୍ଟ୍ର ଆମେରିକାର ମନୋବୃତି ରହି ଆସିଛି।ଏହା ଦ୍ବାରା ଆମେରିକାର ତିନିଟି ସ୍ବାର୍ଥ ସିଦ୍ଧି ହେବ। ପ୍ରଥମତଃ ରୁଷ ଏବଂ ରୁଷୀୟ ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଇ ପାରିବ। ଦ୍ଵିତୀୟରେ ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍ କମ୍ପ୍ଲେକ୍ସ ବା ଆମେରିକାର ଆର୍ମସ୍ ଲବି ଯାହାକି ବାଡେଇନ ପ୍ରଶାସନକୁ ନିୟନ୍ତ୍ରଣରେ ରଖିଛି ସବୁଠାରୁ ଅଧିକ ଲାଭବାନ ହେବ। ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍ କମ୍ପ୍ଲେକ୍ସ ଯାହା ଅନେକ ସଂଖ୍ୟକ ଆମେରିକୀୟ ରାଜନେତାଙ୍କୁ ନିୟନ୍ତ୍ରଣ କରେ ସେମାନେ ଅଲ- କାଏଦା ସହିତ ଲଢ଼ିବା ପାଇଁ କିମ୍ବା ଅଲ-କାଏଦା ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରିବା ଅପେକ୍ଷା ଅଧିକ ଆର୍ଥିକ ଭାବରେ ଲାଭବାନ ହେବେ। ତୃତୀୟରେ ନୂତନ ଶୀତଳ ଯୁଦ୍ଧ ମଧ୍ୟରେ ନିଜ ସ୍ଥାନକୁ ବଜାୟ ରଖିପାରିବେ। ତେବେ, ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ପ୍ରଭାବ କ’ଣ ହେବ? ଯୁଦ୍ଧ ଲାଗି ରହିଲେ ୟୁକ୍ରେନ ବାସିନ୍ଦା ଆଗାମୀ କିଛି ସପ୍ତାହ ମଧ୍ୟରେ ୟୁରୋପୀୟ ୟୁନିଅନକୁ ପଳାୟନ କରିବେ। ଏକ ଗ୍ଲୋବାଲ୍ ମୁଦ୍ରାସ୍ଫୀତି ଝଟକା (Global inflationary shock) ଲାଗିବ ବିଶ୍ଵ ଅର୍ଥନୈତିକ ବ୍ୟବସ୍ଥାକୁ। ୟୁକ୍ରେନ୍ ମଧ୍ୟ ଦେଇ ପଠାଯାଉଥିବା ୟୁରୋପର ଅଧିକାଂଶ ଗ୍ୟାସକୁ ରୁଷ ନିୟନ୍ତ୍ରଣ କରୁଥିବାରୁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବ।
– ସୁଚରୀତା ଜେନାମଣି
ରାଜ୍ୟ ମିଡିଆ ସେଲ୍ ପ୍ରଭାରୀ
ବିଜେପି (ମହିଳା ମୋର୍ଚ୍ଚା, ଓଡ଼ିଶା)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.