ନୂଆ ଦିଲ୍ଲୀ/ବାଙ୍ଗ୍ଲା ଦେଶ ୧୧-୨ (ଓଡ଼ିଆ ପୁଅ) ବଙ୍ଗୋପ ସାଗରରେ ପ୍ରାୟତଃ ୧୨୫ ରୋହିଂଗ୍ୟା ଶରଣାର୍ଥିଙ୍କୁ ନେଇ ଯାଉଥିବା ଏକ ବୋଟ ବୁଡ଼ିଯିବାରୁ ୧୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବାଂଗ୍ଲାଦେଶର ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟତଃ ୪୦ଜଣ ଲୋକ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି।
କ୍ଷମତାରୁ ଅଧିକ ଭରା ହୋଇଥିବା ଏହି ବୋଟରେ ରୋହିଂଗ୍ୟା ସମୁଦାୟର ଲୋକ ବାଂଗ୍ଲାଦେଶର ତଟବର୍ତୀ ସ୍ଥାନ କକ୍ସ ବଜାରରୁ ମାଲେସିଆ ଯାଉଥିଲେ। ସେତେବେଳେ ଡଙ୍ଗା ବଂଗୋପସାଗରରେ ବୁଡ଼ିଯାଇଥିଲା। ତଟରକ୍ଷକ ବଳ, ନୌସେନା ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ସେଣ୍ଟ ମାର୍ଟିନ ଦ୍ବୀପରେ ଏହି ବୋଟରୁ ଉଦ୍ଧାର କରି ୧୪ଜଣ ମହିଳାଙ୍କ ସମେତ, ଜଣେ ଶିଶୁ ଏବଂ ଜଣେ ପୁରୁଷର ଶବକୁ ଖୋଜି ବାହାର କରିଛନ୍ତି।
ଏହି ଦୁର୍ଘଟଣାରେ ରୋହିଙ୍ଗ୍ୟା ସମୁଦାୟର ୬୨ ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି।








