Odiapua.com

ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ

ଭୁବନେଶ୍ୱର ୧୫-୦୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିଚାର ସାପ୍ତାହିକ ପତ୍ରିକାର ପାଠକ ସମ୍ମିଳନୀ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।୧୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ପାଠକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ୧୪ ତାରିଖରେ ନୂଆପଡ଼ା ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଶିବ ନାରାୟଣ ସିଂ ଏବଂ ଧ୍ରୁବ ଚରଣ ବେହେରା ଯୋଗ ଦେଇ ପାଠକ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ରାଷ୍ଟ୍ରବାଦୀ ବିଚାରର ଅଧିକ ପ୍ରଚାର ଏବଂ ପ୍ରସାର ପାଇଁ ପାଠକ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।