ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ୨୦୨୦ ମେ ୪ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKP) ରେ ଦେଶର ୩୯ କୋଟି ଦରିଦ୍ର ଲୋକଙ୍କୁ ୩୪, ୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି। କୋଭିଡ-୧୯ର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପରେ ଗରିବ ଲୋକଙ୍କୁ ଏହାର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଏହି ଯୋଜନାର ଘୋଷଣା କରିଥିଲେ।
ପିଏମଜିକେପିର ଅଂଶ ସ୍ୱରୂପ ଦେଶର ଗରିବ, ବରିଷ୍ଠ ନାଗରିକ, କୃଷକ ଓ ମହିଳାମାନଙ୍କୁ ମାଗଣା ଖାଦ୍ୟ ଶସ୍ୟ ଓ ଅର୍ଥ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନା ଘୋଷଣା ହେବା ମାତ୍ରେ ତତ୍କାଳ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାର ରୂପାୟନ ପ୍ରକ୍ରିୟାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ତଦାରଖ କରୁଛନ୍ତି। ଏହି ସହାୟତା ବ୍ୟବସ୍ଥା ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଯେପରି ଅବିଳମ୍ବେ ବିନା ବାଧାରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ ଅର୍ଥ ମନ୍ତ୍ରଣାଳୟ, ଅନ୍ୟାନ୍ୟ ସଂପୃକ୍ତ ମନ୍ତ୍ରଣାଳୟ, କ୍ୟାବିନେଟ ସେକ୍ରେଟାରିଏଟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।
ହିତାଧିକାରୀଙ୍କ ପାଖରେ ଅର୍ଥ ରାଶି ସିଧାସଳଖ ପହଞ୍ଚାଇବା ପାଇଁ ଫିନଟେକ ଓ ଡିଜିଟାଲ ଟେକ୍ନୋଲଜିକୁ ନିୟୋଜିତ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ବା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି। ଏହା ଫଳରେ ଅର୍ଥର ବାଟ ମାରଣା ଓ ଅପଚୟ ସମ୍ଭାବନା ଦୂର ହୋଇଛି। ଆହୁରି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଅର୍ଥ ଜମା ହେଉଥିବାରୁ ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡୁନାହିଁ।
ଏହି ସହାୟତା ଯୋଗାଣରେ ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରଗତି ହାସଲ କରାଯାଇଛି ତାହା ନିମ୍ନରେ ପ୍ରଦାନ କରାଯାଇଛି : –
– ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତି ହିସାବରେ ୧୬, ୩୯୪ କୋଟି ଟଙ୍କା ୮.୧୯ କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
– ଜନଧନ ଆକାଉଣ୍ଟଧାରୀ ମହିଳାମାନଙ୍କ ମଧ୍ୟରୁ ୨୦.୦୫ କୋଟି ହିତାଧିକାରରୀ (୯୮.୩୩%)ଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ମୋଟ ୧୦, ୦୨୫ କୋଟି ଟଙ୍କା ପଠାଯାଇଛି। କଷ୍ଟମର ଇନଡ୍ୟୁସଡ ଟ୍ରାନଜାକସନ ବ୍ୟବସ୍ଥାରେ ଯେଉଁ ଜନଧନ ମହିଳା ଆକାଉଣ୍ଟଧାରୀଙ୍କ ଜମା ଖାତା ଡେବିଟ ହୋଇଛି ସେମାନଙ୍କ ସଂଖ୍ୟା ୮.୭୨ କୋଟି (୪୪%)। ମେ ୫ ତାରିଖ ସୁଦ୍ଧା ୫.୫୭ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତିରେ ୨, ୭୮୫ କୋଟି ଟଙ୍କା ପ୍ରେରଣ କରାଯାଇଛି।
– ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଆଦି ୨.୮୨ କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ୧୪୦୫ କୋଟି ଟଙ୍କା ସହାୟତା ଆକାରରେ ପଠାଯାଇଛି।
– ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨.୨୦ କୋଟି ଶ୍ରମିକ ମୋଟ ୩୪୯୨.୫୭ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛନ୍ତି।
– ଏ ପର୍ଯ୍ୟନ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରୀୟ ଭଣ୍ଡାରରୁ ୬୭.୬୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତି। ସେଥି ମଧ୍ୟରୁ ୩୦.୧୬ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଏପ୍ରିଲ ମାସ ପାଇଁ ୬୦.୩୩ କୋଟି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଏହା ଛଡା ଚଳିତ ମେ ମାସ ନିମନ୍ତେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ୧୨.୩୯ କୋଟି ହିତାଧିକାରୀଙ୍କୁ ୬.୧୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଇତି ମଧ୍ୟରେ ବାଣ୍ଟିସାରିଲେଣି।
– ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨.୪୨ ମେଟ୍ରିକ ଟନ ଡାଲି ପଠାଯାଇସାରିଛି। ମୋଟ ୧୯.୪ କୋଟି ହିତାଧିକାରୀ ପରିବାରଙ୍କ ମଧ୍ୟରୁ ୫.୨୧ କୋଟି ପରିବାର ଏହି ଡାଲି ପାଇସାରିଲେଣି।
– ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫.୦୯ କୋଟି ଗ୍ୟାସ ସିଲିଣ୍ଡର ଇତି ମଧ୍ୟରେ ବୁକିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪.୮୨ ମାଗଣା ସିଲିଣ୍ଡର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
– ଇପିଏଫଓ ଯୋଜନାରେ ୯.୬ ଲକ୍ଷ ସଦସ୍ୟ ଇତି ମଧ୍ୟରେ ଅନଲାଇନ ଅର୍ଥ ଉଠାଣ ବ୍ୟବସ୍ଥାରେ ୨୯୮୫ କୋଟି ଟଙ୍କାର ନନରିଫଣ୍ଡେବଲ ଅଗ୍ରୀମ ଅର୍ଥ ଉଠାଇଛନ୍ତି। ସେମାନଙ୍କୁ ଅଗ୍ରୀମ ଉଠାଣ ପାଇଁ ହଇରାଣ ହେବାକୁ ପଡିନାହିଁ।
– ଇପିଏଫଓ ବାବଦ ୨୪ ଶତାଂଶ ଅଂଶ ପ୍ରଦାନ ବ୍ୟବସ୍ଥାରେ ୪୪.୯୭ ଲକ୍ଷ କର୍ମଚାରୀଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ ୬୯୮ କୋଟି ଟଙ୍କା ଯାଇଛି।
– MGNREGAରେ ମଜୁରି ବୃଦ୍ଧି କରାଯାଇ ତାହା ଚଳିତ ବର୍ଷ ପାଇଁ ଲାଗୁ କରାଯାଇଛି। ଏଥିପାଇଁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ଯୋଜନାରେ ମୋଟ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି। ମଜୁରି ଓ ସାମଗ୍ରୀ ବାବଦ ବାକିଥିବା ଅର୍ଥ ପ୍ରଦାନ ନିମନ୍ତେ ରାଜ୍ୟମାନଙ୍କୁ ୨୧, ୦୩୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି।
– ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏଥିପାଇଁ ମୋଟ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମାଭୁକ୍ତ କରିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ
୦୫.୦୫.୨୦୨୦ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ
Scheme | Number of Beneficiaries | Amount |
Support to PMJDY women account holders | 1st Ins – 20.05 crore (98.3%)
2nd Ins – 5.57 crore |
1st Ins – 10025 crore
2nd Ins – 2785 crore |
Support to NSAP (Aged widows, Divyang, Senior citizen) | 2.82 crore (100%) | 1405 crore |
Front-loaded payments to farmers under PM-KISAN | 8.19 crore | 16394 crore |
Support to Building & Other Construction workers | 2.20 crore | 3493 crore |
24% contribution to EPFO
|
.45 crore | 698 crore
|
TOTAL | 39.28 crore | 34800 crore |