ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ସହର ସୁନାମ୍ବ ସାହି ନିକଟସ୍ଥ ଜାମିୟା ମସଜିଦରେ ପାକିସ୍ତାନ ପତାକା ଉଡ଼ିବା ଘଟଣାକୁ ନେଇ ତୀବ୍ର ପ୍ରରିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ଦୃଢ଼ ନିନ୍ଦା କରାଯିବା ସହିତ ଏପରି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତେବେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସଦୀୟ କ୍ଷେତ୍ରରେ ପାକିସ୍ତାନ ପତାକା ଉଡ଼ିବା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଏବଂ ସାଙ୍ଘାତିକ ଘଟଣା ବୋଲି କହିଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା। ଏପରି ଦେଶ ବିରୋଧୀ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯାଇ ପାରିବନି ବୋଲି କହିବା ସହ ଏପରି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ହିନ୍ଦୁ ମହାସଭା ଓଡ଼ିଶା। ସେହିପରି ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଆସିକା ଥାନାରେ ଏକ ଏତଲା ଦିଆଯାଇଛି। ମସଜିଦ କର୍ମକର୍ତ୍ତା ଓ କମିଟିଙ୍କ ସହିତ ଆଲୋଚନା କରି ସ୍ପଷ୍ଟୀକରଣ ରଖିବାକୁ ଅନୁରୋଧ କରିଛି ଆସିକା ବିଜେପି।
-/Dev@Drath