Odiapua.com

ଜେସନ ରୟଙ୍କ ପରେ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱିତୀୟ ଶିକାର ହେଲେ ବେନ୍‌ ଷ୍ଟୋକ୍ସ, ୧ କରି ଆଉଟ୍, ଇଲଣ୍ଡ ୨୦ ଓଭରରେ ୧୫୭/୨‌

ପୁନେ/ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଅହମ୍ମଦାବାଦରେ ଦୁଇଟି ଟେଷ୍ଟ ଏବଂ ପାଞ୍ଚଟି T20 ପରେ ଭାରତ ବନାମ୍‌ ଇଲଣ୍ଡ ପ୍ରଥମ ୱାନ୍‌ଡେ ପୁଣେରେ ଖେଳାଯାଉଛି। ଇଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ୱାନ୍‌ଡେରେ ଇଲଣ୍ଡ ବିପକ୍ଷରେ ଭାରତ ୩୧୭ ରନ୍ କରି ଇଂଲଣ୍ଡକୁ ୩୧୮ ରନର ବିଜୟ ଲକ୍ଷ ଦେଇଛି। ଏହି ଲକ୍ଷରେ ଇଲଣ୍ଡର ଓପନିଂ ଯୋଡ଼ି ତୋଫାନୀ ଇନିଙ୍ଗ୍ସ ଖେଳିଛନ୍ତି। ତେବେ ପ୍ରସିଦ୍ଧ କୃଷ୍ଣା ପ୍ରଥମ ଦୁଇଟି ୱିକେଟ ନେବାରେ ସଫଳ ହୋଇଛନ୍ତି। ତାଙ୍କର ପ୍ରଥମ ଶିକାର ହୋଇଛନ୍ତି ଜେସନ ରୟ। ଜେସନ ରୟ ୩୫ ଟି ବଲ୍‌ ଖେଳି ୪୬ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି। ଏଥିରେ ସେ ଗୋଟିଏ ଛକା ଏବଂ ୭ଟି ଚୌକା ମାରିଥିଲେ। ଉପର ପକ୍ଷରେ ବେଶ୍ ବିଜୁଳି ବେଗରେ ଖେଳୁଛନ୍ତି ଜନି ବୟୋରଷ୍ଟୋ। ସେ କେବଳ ୫୧ଟି ବଲ୍‌ରେ ୮୦ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ସେ ୭ଟି ଛକ୍କା ଏବଂ ୫ଟି ଚୌକା ମାରିଛନ୍ତି।

ଏହାପରେ ବେନ୍‌ ଷ୍ଟୋକ୍ସ ଆସିଥିଲେ ସେ କେବଳ ଏକ ରନ୍‌ କରି ପ୍ରସିଦ୍ଧଙ୍କ ଶିକାର ହୋଇଛନ୍ତି। ୧୧ଟି ବଲ୍‌ ଖେଳି ସେ କେବଳ ଗୋଟିଏ ରନ୍‌ କରି ପାଭିଲିୟନ୍‌କୁ ଫେରିଛନ୍ତି। ତେବେ ଇଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ଏବେ ଜନି ବୟୋରଷ୍ଟୋଙ୍କ ସାଥି ଦେଉଛନ୍ତି। ଏପର୍ଯ୍ୟନ୍ତ ୧୯ ଓଭରର ଖେଳ ସରିଛି ଏବଂ ଇଲଣ୍ଡର ସ୍କୋର ୧୪୫/୨ ହୋଇଛି।

ଟେଷ୍ଟ-T-20 ପରାଜୟର ରାଗରେ ପିଟି ପକଉଛନ୍ତି ଇଲଣ୍ଡ ଟିମ୍‌, ବୟୋରଷ୍ଟୋଙ୍କର ତୋଫାନୀ ୮୦, ଇଲଣ୍ଡ ୧୫ ଓଭର ପରେ ଇଲଣ୍ଡ ୧୩୫/୧

ଜନ୍ମଦିନ ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କ ରେକର୍ଡ, ଦ୍ରୁତତମ ଅର୍ଦ୍ଧଶତକ – ପିତାଙ୍କୁ ମନେ ପକାଇ ପଡ଼ିଆରେ ଭରପୂର କାନ୍ଦିଲେ କୃଣାଲ ପାଣ୍ଡ୍ୟା, ଏହା ଦେଖି ଦାର୍ଦ୍ଦିକଙ୍କ ଆଖିରେ ଲୁହ