Home Coronavirus Outbreak ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଉଜ୍ଜ୍ଵଳା ହିତାଧିକାରୀଙ୍କୁ 1.51 କୋଟି ମାଗଣା ସିଲିଣ୍ଡର...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଉଜ୍ଜ୍ଵଳା ହିତାଧିକାରୀଙ୍କୁ 1.51 କୋଟି ମାଗଣା ସିଲିଣ୍ଡର ବଣ୍ଟା ଯାଇଛି

622

– ଘରେ ଘରେ ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତିମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଅଭିହିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ଚଳିତ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 1.51 କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି। ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର 8 କୋଟି ହିତାଧିକାରୀଙ୍କୁ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ 3ଟି ଗ୍ୟାସ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା ରହିଛି। ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଗ୍ରାହକମାନଙ୍କ ବ୍ୟାଙ୍କ ଖାତାକୁ ଅଗ୍ରୀମ ପଇସା ପଠାଇ ଦେଇଛନ୍ତି। ଏହି ଅର୍ଥକୁ ସେମାନେ ଏଲପିଜି ସିଲିଣ୍ଡର ପାଇଁ ବ୍ୟବହାର କରିପାରିବେ। ଦିନକୁ ତୈଳ ବିପଣନ କମ୍ପାନୀଗୁଡ଼ିକ 50 ରୁ 60 ଲକ୍ଷ ସିଲିଣ୍ଡର ଯୋଗାଉଥିବା ବେଳେ ସେଥିରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ 18 ଲକ୍ଷ ମାଗଣା ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି।

ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଲିଣ୍ଡର ଘରେ ପହଞ୍ଚାଉଥିବା 800 ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ଏଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। କରୋନା ମହାମାରୀ ସଂଗ୍ରାମର ଜଟିଳ ପରିସ୍ଥିତିରେ ଏମାନେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ ତୁଲାଉଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ସେମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରି ମନ୍ତ୍ରୀ କହିଥିଲେ ଯେ, ସେମାନେ ଦିନକୁ 60 ଲକ୍ଷ ପର୍ଯ୍ୟନ୍ତ ସିଲିଣ୍ଡର ଘରେ ଘରେ ପହଞ୍ଚାଉଛନ୍ତି। କଠିନ ପରିସ୍ଥିତିରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ସେମାନେ ସମାଜରେ ସ୍ଵତନ୍ତ୍ର ସମ୍ମାନର ପାତ୍ର ହେବା ସହ ଗରିବଙ୍କ ଆଶୀର୍ବାଦ ପାଉଛନ୍ତି ବୋଲି କହିଥିଲେ। ଘରେ ଘରେ ଏଲପିଜି ସିଲିଣ୍ଡର ପହଞ୍ଚାଉଥିବା ଏହି ବ୍ୟକ୍ତିମାନେ ନିଜର ଅଭିଜ୍ଞତା ମଧ୍ୟ ବଖାଣିଥିଲେ। କମ୍ପାନୀ ସେମାନଙ୍କୁ ସାବୁନ, ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ଭଳି ନିରପତ୍ତା କିଟ ପ୍ରଦାନ କରିଛି ବୋଲି ପ୍ରକାଶ କରିଥିଲେ। ସିଲିଣ୍ଡରଗୁଡିକୁ ଘରେ ପହଞ୍ଚାଇବା ବେଳେ ସେମାନେ ସିଲିଣ୍ଡରକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ଵ, ଆରୋଗ୍ୟ ସେତୁ ଆପର ଉପକାରିତା ଏବଂ ଅନଲାଇନ ଜରିଆରେ ଦେୟ ପ୍ରଦାନର ଉପକାରିତା ବୁଝାଇଥିଲେ। ସରକାର ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ସେମାନଙ୍କ ବୀମା ବ୍ୟବସ୍ଥା କରିଥିବାରୁ ସେମାନେ ଏଥିନେଇ କୃତଜ୍ଞତା ପ୍ରକାଶ କରିଥିଲେ। କେତେକ ପ୍ରଧାନମନ୍ତ୍ରୀଙ୍କ ରିଲିଫ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରିବା ସହ ଗରିବ ଓ ବୟସ୍କ ଲୋକମାନଙ୍କୁ ଆବଶ୍ୟକସ୍ଥଳେ ସହାୟତା କରୁଥିବା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.