Home ଓଡ଼ିଶା କାଳିଆ ଟଙ୍କା ଫେରାଇବାକୁ ଚାଷୀଙ୍କୁ ନୋଟିସ

କାଳିଆ ଟଙ୍କା ଫେରାଇବାକୁ ଚାଷୀଙ୍କୁ ନୋଟିସ

438

ନୟାଗଡ଼, ୨୪ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କାଳିଆ ଟଙ୍କା ଫେରାଇବାକୁ ଚାଷୀଙ୍କ ପାଖକୁ ଆସିଛି ନୋଟିସ। ଏହାକୁ ନେଇ ଚାଷୀଙ୍କ ମହଲରେ ପଡ଼ିଯାଇଛି ଭାଳେଣି। କାଳିଆ ଟଙ୍କା ଫେରାଇବାକୁ ଷ୍ଟେଟବ୍ୟାଙ୍କ ସେକ୍ରେଟାରିଏଟ୍ ବ୍ରାଂଚର ଏକ ଆକାଉଂଟ ନମ୍ବର (୩୮୪୭୪୫୦୦୭୬୨)ସହ ଆଇଏଫସି କୋର୍ଡ ନଂ( ଏସ୍‌ବିଆଇ ଏନ୍ ୦୦୧୦୨୩୬) ସୂଚୀତ ଥିଲାବେଳେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରୁ ଏହି ନୋଟିସ ଆସଥିବା ଜଣାପଡ଼ିଛି। କାଳିଆ ଟଙ୍କା ଫେରାଇବାକୁଏହି ନୋଟିସ ଜିଲାର ୪୦ ପ୍ରତିଶତ ଚାଷୀଙ୍କ ପାଖକୁ ଆସିଥିବା ଚାଷୀ ମହଲରୁ ଜଣାପଡ଼ିଛି। ଯେଉଁ ଚାଷୀମାନଙ୍କର ରେସନ କାର୍ଡ଼ ଅଛି ସେହିମାନଙ୍କ ପାଖକୁ କାଳିଆ ଟଙ୍କା ପ୍ରଥମ କିସ୍ତି ଆସିଥିବାବେଳେ ଅନେକ ହିତାଧିକାରୀଙ୍କ ନିକଟକୁ ଦ୍ୱିତୀୟ କିସ୍ତି ଟଙ୍କା ଏପର୍ଯ୍ୟନ୍ତ ଆସିନି। ଯେଉଁମାନଙ୍କର ରେସନକାର୍ଡ଼ ନାହିଁ କିନ୍ତୁ ସେମାନେ ମଧ୍ୟବିତ୍ତ ଓ କ୍ଷୁଦ୍ର ଚାଷୀ ସେମାନଙ୍କ ପାଖକୁ ଏହି ନୋଟିସ ଆସିଥିବା କେତେକ ଚାଷୀ ଅଭିଯୋଗ କରି କହିଛନ୍ତି। ସେମାନେ ଚାଷୀ ହୋଇଥିଲାବେଳେ ଏବଂ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଚଳୁଥିଲାବେଳେ ସେମାନେ କୋଉଠୁ କେମିିତି ଏହି ଟଙ୍କା ଫେରାଇବେ ତାକୁ ନେଇ ସେମାନଙ୍କ ଚିନ୍ତା ବଢିଯାଇଛି। ଏହି ନୋଟିସରେ ସେମାନଙ୍କୁ କୁହଯୋଇଛିଯେ ସେମାନେ କାଳିଆ ହିତାଧିକାରୀ ତାଲିକାରୁ ବାଦ ଯୋଗୁଁ ସେମାନଙ୍କୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। ତେବେ କାଳିଆ ଯୋଜାନା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏକ କୃଷକ କଲ୍ୟାଣ ଯୋଜନା ହୋଇଥିବା ଏକ ଯୋଜନା। ଯେଉଁମାନେ କ୍ଷୁଦ୍ର, ନାମମାତ୍ର ଚାଷୀ ସେମାନଙ୍କୁ ସହାୟତା ଏବଂ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଜୀବନ ଜୀବିକା ନିର୍ବାହ କରିବା ନିମନ୍ତେ ଏହି ସହାୟତା ରାଶି ପ୍ରଦାନ କରାଯାଇଥାଏ। ତେଣୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ଏହି ନୋଟିସ ଦିଆଯାଇଥିବା କୁହାଯାଇଥିବାବେଳେ ଯେଉଁ ମଧ୍ୟବିତ୍ତ୍‌, କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଏହି କାଳିଆ ଟଙ୍କା ପାଇଥିଲେ ସେମାନେ ଏବେ କେମିତି କେଉଁ ପରିସ୍ଥିତିରେ ଫେରାଇବେ ତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏସମ୍ପର୍କରେ ଜିଲା କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.