Odiapua.com

କଟିବାର ନାହିଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ହ୍ରାସ କରିବାର କୋୖଣସି ଯୋଜନା ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବାସ୍ତବରେ, ଗତ କିଛି ଦିନ ହେବ ଗୁଜବ ଚାଲିଥିଲା ଯେ କରୋନା ଭାଇରସ୍ କାରଣରୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ହ୍ରାସ କରିବେ। ଏ’ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ କୌଣସି ପ୍ରକାର ହ୍ରାସ କରାଯିବାର ଯୋଜନା ନାହିଁ। ସେମାନଙ୍କୁ ପୂର୍ଣ୍ଣ ଦରମା ଦିଆଯିବ। ଏହି ବିଷୟରେ ପ୍ରସାରିତ ହେଉଥିବା ସମସ୍ତ ଖବର ମିଥ୍ୟା ଏବଂ ଭିତ୍ତିହୀନ।

ଅର୍ଥ ମନ୍ତ୍ରଣାଳୟ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ କେନ୍ଦ୍ର ସରକାରଙ୍କ କୌଣସି ବର୍ଗର କର୍ମଚାରୀଙ୍କ ବର୍ତ୍ତମାନର ବେତନରେ କୋୖଣସି ପ୍ରକାର ରିହାତି ପାଇଁ ସରକାରଙ୍କର କୋୖଣସି ପ୍ରସ୍ତାବ ନାହିଁ। ଏନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ରିପୋର୍ଟ ମିଥ୍ୟା ଏବଂ ଏହାର କୌଣସି ଆଧାର ନାହିଁ।


ଅପରପକ୍ଷେ, ବାଣିଜ୍ୟ ମନ୍ତ୍ରଣାଳୟ କମ୍ପାନୀଗୁଡ଼ିକୁ ଲକ୍ ଡାଉନ୍ ସମୟରେ ଉପହାର ଦେଇଛି। ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ଅବସ୍ଥିତ ସ୍ପେଶାଲ ଇକୋନୋମିକ୍ ଜୋନ୍ (SEZ) କମ୍ପାନୀର ୟୁନିଟ୍ ପାଇଁ ଚଳିତ ବର୍ଷ ଲିଜ୍ ଭଡ଼ା ବୃଦ୍ଧି କରାଯିବ ନାହିଁ। ଆହୁରି ମଧ୍ୟ, ଏହି କମ୍ପାନୀ ଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲୁଥିବା ତ୍ରୈମାସିକ ଲିଜ୍ ଭଡ଼ା ପୂରଣ କରିପାରିବେ। ଏହା ଉପରେ କୌଣସି ସୁଧ ଲାଗିବ ନାହିଁ। /-ଦେବଦତ୍ତ ରଥ

କରୋନା ପ୍ରଭାବ; ବଦଳିଯିବ ଜୀବନଚର୍ଯ୍ୟା: ଜାଣନ୍ତୁ କିପରି ରହିବ ନୂଆ ଯାତାୟତ ବ୍ୟବସ୍ଥା ..