Home Coronavirus Outbreak ଜି-20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ଦ୍ବିତୀୟ ବୈଠକରେ ଯୋଗ ଦେଲେ ଶ୍ରୀମତୀ ନିର୍ମଳା...

ଜି-20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ଦ୍ବିତୀୟ ବୈଠକରେ ଯୋଗ ଦେଲେ ଶ୍ରୀମତୀ ନିର୍ମଳା ସୀତାରମଣ

341

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ଆଜି ନିଜ ମତ ଉପସ୍ଥାପନ କରି, ଅର୍ଥ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ବର୍ତ୍ତମାନ ସମୟରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଦାୟିତ୍ବ ହେଉଛି ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଯୋଗାଇ ଦେବା ତଥା ନିରନ୍ତର ଭାବେ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା। ଭାରତ ସରକାରଙ୍କ ପକ୍ଷରୁ ସମାଜର ଦୁର୍ବଳ ବର୍ଗର ଜନସାଧାରଣଙ୍କୁ ତୁରନ୍ତ, ସମୟବଦ୍ଧ ଏବଂ ଲକ୍ଷ୍ୟବଦ୍ଧ ସହାୟତା ଯୋଗାଇ ଦେବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅର୍ଥମନ୍ତ୍ରୀ ତାଙ୍କର ଜି-20 ପ୍ରତିପକ୍ଷମାନଙ୍କୁ ଅବଗତ କରାଇଥିଲେ। ସେ ଆହୁରି କହିଥିଲେ ଯେ ବର୍ତ୍ତମାନସୁଦ୍ଧା, ମାତ୍ର ଦୁଇ ସପ୍ତାହ ମଧ୍ୟରେ ଭାରତ 32 କୋଟି ଲୋକଙ୍କୁ 3.9 ବିଲିୟନ ଆମେରିକୀୟ ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଛି। ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରାଯାଇ ସିଧାସଳଖ ଲୋକଙ୍କ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରାଯାଉଛି ଯାହା ସାର୍ବଜନୀନ ସ୍ଥାନରେ ଜନଗହଳି ହ୍ରାସ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.