– ସରକାର ଘରୋଇ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ ଟ୍ୟାକ୍ସଦର ୩୦% ରୁ କମହୋଇ ୨୨% ହେଲା, ସେଂସେକ୍ସରେ ୧୬୦୦ ଅଙ୍କର ବୃଦ୍ଧି
– ଗତ ୨୮ ଦିନମଧ୍ୟରେ ଏହା ପଞ୍ଚମ ଘଟଣା : ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ଅର୍ଥବ୍ୟବସ୍ଥାରେ ତେଜୀ ଆଣିବା ପାଇଁ ଏହିପରି ଘୋଷଣା କରିଛନ୍ତି
– ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ବିକ୍ରୀ/ଟର୍ଣ୍ଣଓଭର କରୁଥିବା କମ୍ପାନୀଗୁଡ଼ିକ ଉପରେ ବର୍ତ୍ତମାନ ୨୫% ଏବଂ ବାକୀ ଉପରେ ୩୦% ଟ୍ୟାକ୍ସ ଲାଗୁଛି।
– କର୍ପୋରେଟ ଟ୍ୟାକ୍ସ କମ କରିବା ପାଇଁ ନିଷ୍ପତି ୧ ଅପ୍ରିଲ ୨୦୧୯ ରୁ କାର୍ଯ୍ୟକାରୀ ହେବ, ଏଥିପାଇଁ ଅଧ୍ୟାଦେଶ ଅଣାଯିବ
– ଟ୍ୟାକ୍ସ କମ କରିବା ଫଳରେ ସରକାରଙ୍କୁ ବାର୍ଷିକ ୧.୪୫ ଲକ୍ଷ କୋଟିର ରାଜସ୍ଵ ହାନୀ ହେବ
– ଅର୍ଥ ମନ୍ତ୍ରୀଙ୍କର ଘୋଷଣା ପରେ ସେଂସେକ୍ସ ସକାଳେ ୧୧:୩୫ ବେଳେ ୪.୫% ବଢ଼ି ୩୭୭୧୯.୯୧ ରେ ପହଁଞ୍ଚିଥିଲା।
ଗୋଆ ୨୦-୯ (ଓଡ଼ିଆ ପୁଅ) ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ଇକୋନୋମିକ ଗ୍ରୋଥ ବଢ଼ାଇବା ପାଇଁ ଆଜି ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଗୋଆରେ ଜିଏସଟି କାଉଂସିଲର ବୈଠକ ପୂର୍ବରୁ ଅର୍ଥ ମନ୍ତ୍ରୀ ପ୍ରେସ କନ୍ଫ୍ରେଂସ କରି ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତିଗୁଡ଼ିକର ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଘରୋଇ କମ୍ପାନୀଗୁଡ଼ିକ ଏବଂ ନୂଆ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀଗୁଡ଼ିକ ପାଇଁ ଅଧ୍ୟାଦେଶ ଜରିଆରେ କର୍ପୋରେଟ ଟ୍ୟାକ୍ସ କମ କରାଯିବ। ଘରୋଇ କମ୍ପାନୀ ଯଦି ଅନ୍ୟ କୌଣସି ରିହାତି ନନିଅନ୍ତି ତେବେ ତାଙ୍କୁ କେବଳ ୨୨% ଟ୍ୟାକ୍ସ ଦେବାକୁ ପଡ଼ିବ। ସରଚାର୍ଜ ଏବଂ ସେସ ମିଶିକରି ଟ୍ୟାକ୍ସ ଦର ୨୫.୧୭% ହେବ। କମ୍ପାନୀ ଯଦି ବର୍ତ୍ତମାନ କିଛି ରିହାତି ନେଉଛନ୍ତି ତେବେ ସେଗୁଡ଼ିକ ଟ୍ୟାକ୍ସ ହଲିଡେର ଏକ୍ସପାୟରୀ ପରେ କମ ଟ୍ୟାକ୍ସ ଦରର ବିକଳ୍ପ ଚୟନ କରିପାରିବେ। ନୂଆ ଟ୍ୟାକ୍ସ ଦର ୧ ଅପ୍ରିଲରୁ କାର୍ଯ୍ୟକାରୀ କରାଯିବ। ଅର୍ଥ ମନ୍ତ୍ରୀ କହିଲେ କି କର୍ପୋରେଟ ଟ୍ୟାକ୍ସର ନୂଆ ଦର ଦକ୍ଷିଣ-ପୂର୍ବ ଏସିଆରେ ସବୁଠାରୁ କମ ହେବ। ବର୍ତ୍ତମାନ ୪୦୦ କୋଟି ପର୍ଯ୍ୟନ୍ତ ବାର୍ଷିକ ବିକ୍ରୀ/ଟର୍ଣ୍ଣ ଓଭର କରୁଥିବା କମ୍ପାନୀଗୁଡ଼ିକ ଉପରେ ୨୫% ଏବଂ ବାକୀ ସମସ୍ତ କମ୍ପାନୀଗୁଡ଼ିକ ଉପରେ ୩୦% କର୍ପୋରେଟ ଟ୍ୟାକ୍ସ ଲାଗୁଛି।
ନୂଆ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀଗୁଡ଼ିକ ଉପରେ କେବଳ ୧୫% ଟ୍ୟାକ୍ସ ଲାଗିବ
ସୀତାରମଣ କହିଲେ କି ୧ ଅକ୍ଟୋବର ପରେ ନୂଆ ରେଜିଷ୍ଟ୍ରେସନ ହେଉଥିବା ଘରୋଇ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀଗୁଡ଼ିକ ପାଇଁ ଟ୍ୟାକ୍ସ ଦର ୧୫% ହେବ। ସରଚାର୍ଜ ଏବଂ ସେସ ମିଶିକରି ଟ୍ୟାକ୍ସ ଦର ୧୭.୦୧% ହେବ। ତାଙ୍କୁ ମଧ୍ୟ ଅନ୍ୟ କୌଣସି ଇନ୍ସେଂଟିବ ମିଳିବ ନାହିଁ। ଅର୍ଥ ମନ୍ତ୍ରୀ କହିଲେ କି ଟ୍ୟାକ୍ସରେ ରିହାତି ଦେବାର ଉଦ୍ଦେଶ୍ୟ ମେକ ଇନ୍ ଇଣ୍ଡିଆ ଅନୁଯାୟୀ ନିବେଶ, ରୋଜଗାର ଏବଂ ଆର୍ଥିକ ଗତିବିଧି ବଢ଼ିବ। ଏହା ଫଳରେ ରେଭିନ୍ୟୁରେ ମଧ୍ୟ ବଢ଼ିବ।