ନୂଆଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) ମହିଳା ଆୟୋଗ ବମ୍ବେ ହାଇକୋର୍ଟଙ୍କ ତ୍ଵଚା ସହିତ ତ୍ଵଚାର ସମର୍କ ନହେବା ଯାଏଁ ଯୌନ ନିର୍ଯାତନା ନୁହେଁ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ସୋମବାର ଦିନ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି। ଏ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ ବମ୍ବେ ହାଇକୋର୍ଟଙ୍କ ଏହି ରାୟ ସାଧାରଣତଃ ମହିଳାଙ୍କ ସୁରକ୍ଷା ଏବଂ ନିରାପତ୍ତା ସହିତ ଜଡିତ ବିଭିନ୍ନ ବ୍ୟବସ୍ଥା ଉପରେ କେବଳ ପ୍ରଭାବ ପକାଇବ ନାହିଁ ବରଂ ସମସ୍ତ ମହିଳାଙ୍କୁ ଉପହାସ କରିବ। ମହିଳାଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଏହା ଆଇନଗତ ବ୍ୟବସ୍ଥାକୁ ତୁଚ୍ଛ କରିଛି ବୋଲି ସେ କହିଛନ୍ତି। ଶର୍ମା ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ,ଗତ ୧୯ ତାରିଖରେ ବମ୍ବେ ହାଇକୋର୍ଟ କୌଣସି ବାଳିକାକୁ ନିର୍ବସ୍ତ୍ର ନକରି ତା’ର ବକ୍ଷସ୍ଥଳକୁ ଛୁଇଁବା ଯୌନ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ରାୟ ଦେଇଥିଲେ। ବମ୍ବେ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ପୋକ୍ସୋ ଆକ୍ଟ ଅନୁଯାୟୀ ଏଭଳି କାର୍ଯ୍ୟକୁ ଯୌନ ନିର୍ଯାତନା ବୋଲି ବ୍ୟାଖ୍ୟା କରାଯାଇ ପାରିବ ନାହିଁ। ଏବିପି ନ୍ୟୁଜ୍ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଜାନୁଆରୀ ୧୯ ରେ ପାସ୍ ହୋଇଥିବା ଏକ ଆଦେଶରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ବିଚାରପତି ପୁଷ୍ପା ଗଣେଡିୱାଲା କହିଛନ୍ତି ଯେ ଯୌନ ଉଦ୍ଦେଶ୍ୟରେ କରାଯାଇଥିବା କୃତ୍ୟ ତ୍ୱଚା ସହିତ ତ୍ୱଚାର ସମ୍ପର୍କକୁ ଯୌନ ନିର୍ଯାତନା ବିବେଚନା କରାଯିବା ଆବଶ୍ୟକ। ସେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, କେବଳ ସ୍ପର୍ଶ କରିବା ଯୌନ ନିର୍ଯାତନାର ପରିଭାଷା ଭିତରକୁ ଆସେ ନାହିଁ। ସେସନ ଜଜ୍ଙ୍କର କୋର୍ଟର ନିଷ୍ପତ୍ତିରେ ସଂଶୋଧନ କରି ଜଜ୍ ଗଣେଡିୱାଲା ଏହିପରି ରାୟ ଶୁଣାଇଛନ୍ତି, ଯେଉଁଥିରେ ଜଣେ ୩୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ପୋଷାକ ନକାଢ଼ି ଛାତି ଛୁଇଁବା ଯୌନ ନିର୍ଯାତନା ନୁହେଁ – ହାଇକୋର୍ଟ
ଓକିଲ ତଥା ନାବାଳିକା ପୀଡିତାଙ୍କ କୋର୍ଟରେ ଦିଆଯାଇଥିବା ସାକ୍ଷ୍ୟ ଅନୁଯାୟୀ, ଡିସେମ୍ବର ୨୦୧୬ ରେ ଅଭିଯୁକ୍ତ ସତୀଶ, ଖାଦ୍ୟ ଦେବା ବାହାନାରେ ନାଗପୁରସ୍ଥିତ ତାଙ୍କ ଘରକୁ ଜମା ୧୨ ବର୍ଷର ନାବାଳିକାକୁ ଡାକି ନେଇଥିଲା। ସତୀଶ ଉକ୍ତ ନାବାଳିକାକୁ ନିର୍ବସ୍ତ୍ର କରିବାକୁ ଚେଷ୍ଟା କରିବା ସହିତ ଉକ୍ତ ନାବାଳିକାର ଛାତିକୁ ଛୁଇଁଥିଲା। ଉପଯୁକ୍ତ ପ୍ରମାଣ ବିନା ହାଇକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ତାଙ୍କୁ ନିର୍ବସ୍ତ୍ର ନକରି ନାବାଳିକାର ଛାତି ଛୁଇଁବାକୁ ଚେଷ୍ଟା କରିଥିଲେ, ତେଣୁ ଏହି ଅପରାଧକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ ଏବଂ ଆଇନର ଧାରା ୩୫୪ ଅନୁଯାୟୀ ମହିଳାଙ୍କ ସହ ଅଶ୍ଲିଳ ଆଚରଣ କରିବା ଅପରାଧ ଅଟେ। ଧାରା ୩୫୪ ଅନୁଯାୟୀ ସର୍ବନିମ୍ନ ଦଣ୍ଡ ଏକ ବର୍ଷ କାରାଦଣ୍ଡ ହୋଇଥିବାବେଳେ ପୋକ୍ସୋ ଆକ୍ଟ ଅନୁଯାୟୀ ଯୌନ ନିର୍ଯାତନା ପାଇଁ ସର୍ବନିମ୍ନ ଦଣ୍ଡ ତିନି ବର୍ଷ କାରାଦଣ୍ଡ ଅଟେ।
ସେସନ କୋର୍ଟ ଅଭିଯୁକ୍ତକୁ ପୋକ୍ସୋ ଆକ୍ଟର ଧାରା ଏବଂ ଧାରା ୩୫୪ ଅନୁଯାୟୀ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡ ଏକତ୍ର ହେବାର ଥିଲା। ତେବେ ହାଇକୋର୍ଟ ଅଭିଯୁକ୍ତକୁ ପୋକ୍ସୋ ଆକ୍ଟ ଅନୁଯାୟୀ ଏହି ଅପରାଧରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏବଂ ଧାରା ୩୫୪ ଅନୁଯାୟୀ ଦଣ୍ଡାଦେଶ ଜାରି କରିଛନ୍ତି। ହାଇକୋର୍ଟ କହିଛନ୍ତି, ଅପରାଧ ପାଇଁ ଦଣ୍ଡର କଠୋର ପ୍ରକୃତିକୁ ଦୃଷ୍ଟିରେ ରଖି (ପୋକ୍ସୋ ନିୟମ ଅନୁଯାୟୀ) କୋର୍ଟ ଦୃଢ଼ ପ୍ରମାଣ ଏବଂ ଗମ୍ଭୀର ଅଭିଯୋଗ ଆବଶ୍ୟକ ବୋଲି କହିଛନ୍ତି।
ଯୌନ ନିର୍ଯାତନାର ହାଇକୋର୍ଟ ସଂଜ୍ଞା ଦେଇଛନ୍ତି –
“କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ବିନା, ଜଣେ ୧୨ ବର୍ଷର ଝିଅର ଛାତି ଛୁଇଁବା ଏବଂ ତା’ର ଟପ କାଢ଼ି ନେବା ସହ ଅଭିଯୁକ୍ତ ଜଣକ ଟପ ଭିତରେ ହାତ ରଖି ବକ୍ଷକୁ ଛୁଇଁବା, ଏସବୁ ଯୌନ ନିର୍ଯାତନାର ସଂଜ୍ଞା ଅଧୀନରେ ଆସେ ନାହିଁ ” ବିଚାରପତି ଗନେଡିୱାଲା ତାଙ୍କ ରାୟରେ କହିଛନ୍ତି ଯେ, “ବକ୍ଷ ଛୁଇଁବା କାର୍ଯ୍ୟ ହେଉଛି ଅଶ୍ଳିଳତା ଉଦ୍ଦେଶ୍ୟରେ ଜଣେ ମହିଳା / ଝିଅ ବିରୋଧରେ ବଳ ପ୍ରୟୋଗ ଅପରାଧ।” ପୋକ୍ସୋ ନିୟମ ଅନୁଯାୟୀ ଯୌନ ନିର୍ଯାତନାର ସଂଜ୍ଞା ହେଉଛି ଯେତେବେଳେ କୌଣସି “ଶିଶୁ/ ନାବାଳିକାର ବ୍ୟକ୍ତିଗତ ଅଂଶ, ଯୌନ ଉଦ୍ଦେଶ୍ୟ ସହିତ ବକ୍ଷକୁ ଛୁଇଁଥାଏ, କିମ୍ବା ଶିଶୁର ବ୍ୟକ୍ତିଗତ ଅଙ୍ଗ କିମ୍ବା ଯୌନ ଉଦ୍ଦେଶ୍ୟରେ ସ୍ପର୍ଶ କରେ, ଯାହା ଶାରୀରିକ ସମ୍ପର୍କ ବିନା ଯୌନ ଉଦ୍ଦେଶ୍ୟରେ ଶାରିରୀକ ସମ୍ପର୍କ ହୋଇଥାଏ ତେବେ ଏହାକୁ ଯୌନ ନିର୍ଯାତନା କୁହାଯିବ।’ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯୌନ ନିର୍ଯାତନାର ପରିଭାଷାରେ “ଶାରୀରିକ ସମ୍ପର୍କ” ‘ପ୍ରତ୍ୟକ୍ଷ ସମ୍ପର୍କ’ ହେବା ଉଚିତ। କୋର୍ଟ କହିଛନ୍ତିଯେ, ଆବେଦନକାରୀଙ୍କର ଏହା ସ୍ପଷ୍ଟ ନୁହେଁଯେ, ଅଭିଯୁକ୍ତ ତାର ଟପ୍ କାଢ଼ି ଛାତି ଛୁଇଁ ଥିଲେ। ତେଣୁ, ଯୌନ ସମ୍ପର୍କ ବିନା ଯୌନ ଉଦ୍ଦେଶ୍ୟ ସହିତ କୌଣସି ପ୍ରତ୍ୟକ୍ଷ ଶାରୀରିକ ସମ୍ପର୍କ ନଥିଲା।’