Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ସୂଚନା ଓ ଲୋକସମ୍ପର୍କ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼ରେ ସୂଚନା ଓ ଲୋକସମ୍ପର୍କ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

80

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଡିଆରଡିଏ ଠାରେ ନୟାଗଡ଼ ସାମ୍ବାଦିକମାନଙ୍କ ପକ୍ଷରୁ  ଶନିବାର ଶକ୍ତି ସଚିବ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଥିବା ହେମନ୍ତ କୁମାର ଶର୍ମାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଚିବ ଶ୍ରୀ ଶର୍ମା ନୟାଗଡ଼ର ନୋଡ଼ାଲ ଅଫିସର ଭାବେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ପାଇଁ ଗତକାଲିଠାରୁ ନୟାଗଡ଼ରେ ଗସ୍ତରେ ଥିବାବେଳେ ଶୁକ୍ରବାର ତାଙ୍କୁ ରାଜ୍ୟ ସରକାର ଶକ୍ତି ସଚିବ ସହ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱ ଦେଇଥିଲେ । ଏହା ଜାଣିବା ପରେ ନୟାଗଡ଼ ସାମ୍ବାଦିକମାନେ ତାଙ୍କୁ ପ୍ରଥମେ ପାଖରେ ପାଇ ଖୁସି ହେବା ସହ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଗହଣରେ  ନୂଆ ସୂଚନା ଓ ଲୋକସମ୍ପର୍କ ସଚିବ ଶ୍ରୀ ଶର୍ମାଙ୍କୁ  ଭେଟି ସ୍ୱାଗତ ଜଣାଇଥିଲେ । ସାମ୍ବାଦିକ ରାମକୃଷ୍ଣ ରଥ,ସାମ୍ବାଦିକ ସୁରେନ୍ଦ୍ର ନାଥ ପ୍ରଧାନ, ଗୋାକୁଳ କୁମାର ଷଡଙ୍ଗୀ,ଅଶୋକ କୁମାର ସାଥୁଆ,ମନୋରଂଜନ ମିଶ୍ର, ସଂଜୟ କୁମାର ସ୍ୱାଇଁ,ସୁକେନ୍ଦୁ ଦାସ,ଉତ୍ପଳ କୁମାର ସାହୁ ଏବଂ ସାମଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ସାମ୍ବାଦିକମାନେ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.