ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏକ ଆଷ୍ଟ୍ରଏଡ୍ ଯାହାର ନାମ 2020ND ଦିଆଯାଇଛି, ତାହା “ଲଣ୍ଡନ ଆଇ”ଠାରୁ ବଡ ବୋଲି ଆକଳନ କରାଯାଇଛି। ଏହି ଆଷ୍ଟ୍ରଏଡ୍ ଚଳିତ ମାସର ୨୪ ତାରିଖରେ ପୃଥିବୀ ନିକଟ ଦେଇ ଗତି କରିବ। ଏହି ବିଶାଳ ଆଷ୍ଟ୍ରଏଡ୍ ଏକ ବିଶାଳ ପଥର ସଦୃଶ, ଏହା ପ୍ରାୟ ୧୭୦ ମିଟର ଅଟେ ଏବଂ ଜୁଲାଇ ୨୪ ରେ ପୃଥିବୀ ନିକଟତର ହେବ।