Home ଆନ୍ତର୍ଜାତୀୟ ଶ୍ରୀଲଙ୍କାର ଦୁଇଟି ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ବୋମା ବିଷ୍ପୋରଣ – ଅନେକ ହତାହତ

ଶ୍ରୀଲଙ୍କାର ଦୁଇଟି ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ବୋମା ବିଷ୍ପୋରଣ – ଅନେକ ହତାହତ

774

କଲୋମ୍ବୋ ୨୧-୪ (ଓଡ଼ିଆ ପୁଅ) ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ଭାଗରେ ସିରିଏଲ୍ ବୋମା ବିଷ୍ପୋରଣର ଖବର ମିଳିଛି। ଶ୍ରୀଲଙ୍କାରେ ଈଷ୍ଟର ଦିନ ଦୁଇଟି ଚର୍ଚ ଉପରେ ଆତଙ୍କୀ ଆକ୍ରମଣ ଏବଂ ବୋମା ବିଷ୍ପୋରଣରେ ଅନେକ ହତାହତ ହୋଇଥିବାର ଖବର ଆସିଛି। ଏହି ସମୟରେ ଈଷ୍ଟର ପାଇଁ ବିଶେଷ ପ୍ରାର୍ଥନା ଚାଲୁଥିଲା।

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ସ୍ଥାନରେ ସିରିଏଲ୍ ବିଷ୍ପୋରଣଙ୍କର ଖବର ମିଳିଛି। ଏହି ଖବର ଶ୍ରୀଲଙ୍କର ମିଡ଼ିଆରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନା ମୁତାବିକ, ଖ୍ରୀଷ୍ଟଧର୍ମର ପବିତ୍ର ପର୍ବ ଈଷ୍ଟର ଦିନ ଆତଙ୍କବାଦୀମାନେ ଚର୍ଚ୍ଚକୁ ନଜର ରଖି ଏହି ଆକ୍ରମଣ କରିଛନ୍ତି। ଏକ ବିଷ୍ପୋରଣ କଲୋମ୍ବୋ ପୋର୍ଟର କୋଚିକଡେ ଚର୍ଚ୍ଚରେ ହୋଇଛି। ସେହିପର୍ ଦ୍ୱିତୀୟ ଆକ୍ରମଣ ପୁତ୍ତଲମ ନିକଟରେ ଥିବା ସେଣ୍ଟ ସବୈଷ୍ଟିଆନ୍ ଚର୍ଚ୍ଚ ଭିତରେ ହୋଇଛି। ଏହି ଆକ୍ରମଣରେ ଅନେକ ଲୋକ ହତାହତ ହେବାର ଖବର ଆସିଛି। ଅବଶ୍ୟ ମୃତକଙ୍କ ସଂଖ୍ୟା ସଂଖ୍ୟା ବର୍ତ୍ତମାନ ଜଣାପଡ଼ିନାହିଁ।

ପ୍ରାଥମିକ ସୂଚନା ଅନୁଯାୟୀ ଅନ୍ୟ ଏକ ପଞ୍ଚ ତାରକା ହୋଟେଲରେ ମଧ୍ୟ ବିଷ୍ପୋରଣ ହୋଇଛି। ଏଥିରେ ବିଷ୍ପୋରଣ ଗୁଡ଼ିକରେ ୮୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବାର ଖବର ଆସିଛି।

ଅଧିକ ଖବର ଅପେକ୍ଷାରେ

 

 

https://twitter.com/MaheshNegombo/status/1119813313234210816

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.