Odiapua.com

ଅପରାଜିତାଙ୍କ ଜନ ସଂପର୍କ ଯାତ୍ରାରେ ଦେଖାଗଲା ଗୋଷ୍ଠୀ କନ୍ଦଳ: ବିଧାୟକ ପାର୍ଥି ଓ ମଣ୍ଡଳ ସଭାପତି ଅନୁପସ୍ଥିତ!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନ୍ ନିରାକାରପୁର ଅଞ୍ଚଳରେ ଏକ ଜନ ସଂପର୍କ ପଦଯାତ୍ରା କରିଛନ୍ତି। ଏହା ସହ ଜୋନ୍ ସ୍ତରର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ଆମ ପରିବାର ରାଜ୍ୟ ଆବାହକ ନିକୁଞ୍ଜ କିଶୋର ପଟ୍ଟନାୟକ ଏବଂ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ହେମନ୍ତ ବେହେରା, ବିଦ୍ୟୁତ କାଣ୍ଡିଙ୍କ ସମେତ ସ୍ଥାନୀୟ ସ୍ତରରୁ ସମାଜସେବୀ ପ୍ରସାଦ କୁମାର ଦାସ, ଯୁବ ନେତା ଚିତ୍ତ ରଞ୍ଜନ ବୁଲୁ ତ୍ରିପାଠୀ, ମନ୍ମଥ ରଞ୍ଜନ ବେହେରା ଏବଂ ଅଜୟ କୁମାର ବେହେରା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। ତେବେ, ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ର ବିଜେପି ବିଧାୟକ ପାର୍ଥି କାଳୁ ଚରଣ ଖଣ୍ଡୟତରାୟ ଏବଂ ମଣ୍ଡଳ ସଭାପତି ତଥା ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସଂପୃକ୍ତ ଜୋନ୍ ଜିଲ୍ଲା ପରିଷଦ ପାର୍ଥି ଆଲୋକ ରଞ୍ଜନ ଛୋଟରାୟଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏହା ଦଳ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଦେଇଛି। ସାଂସଦ ଅପରାଜିତାଙ୍କ ଏକଛତ୍ରବାଦ ନୀତି ତଥା ଜିଲ୍ଲାରେ ଦଳ ଭିତରେ ସମନ୍ୱୟ ରଖିବାରେ ଜିଲ୍ଲା ସଭାପତିଙ୍କ ବିଫଳତା କାରଣରୁ ଏପରି ଘଟିଥିବା କୁହାଯାଉଛି।
-/Dr

ଚିତ୍ତ ରଞ୍ଜନ ତ୍ରିପାଠୀ ହେଲେ କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ