ନୂଆଦିଲ୍ଲୀ ୨୮-୧୨ (ଓଡିଆ ପୁଆ): ବିଜେପି ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। କେନ୍ଦ୍ର ମନ୍ତ୍ରୀ ନିଜେ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଚୌବେ ନିଜ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ମଧ୍ୟ କରୋନା ଯାଞ୍ଚ କରି ପଜିଟିଭ୍ ଆଶିଲେ ଆଇସୋଲେଟ ହେବାକୁ ନିବେଦନ କରିଛନ୍ତି।
ଅଶ୍ୱିନୀ କୁମାର ଚୌବେ ଟ୍ୱିଟରରେ ଲେଖିଛନ୍ତି, “କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ମୁଁ ଆଜି ପରୀକ୍ଷା କଲି ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶରେ ହୋମ୍ ଆଇସୋଲେସନରେ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ମୋର ସ୍ୱାସ୍ଥ୍ୟ ଭଲ ଅଛି। ମୋର ଅନୁରୋଧ ହେଉଛି, ଯିଏ ଗତ କିଛି ଦିନ ମଧ୍ୟରେ ମୋ ଯୋଗାଯୋଗରେ ଆସିଛନ୍ତି, ଦୟାକରି ନିଜକୁ ଆଇସୋଲେଟ୍ କରନ୍ତୁ ଏବଂ ଆପଣଙ୍କର ଟେଷ୍ଟ କରାଇ ନିଅନ୍ତୁ।”
कोरोना के शुरूआती लक्षण दिखने पर मैंने आज टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है, डॉक्टर्स की सलाह पर होम आइसोलेशन में सभी दिशा- निर्देशो का पालन कर रहा हूं। मेरा अनुरोध है, जो भी लोग गत कुछ दिनों में संपर्क में आए हैं, कृपया खुद को आइसोलेट कर अपनी जांच करवा लें
— Ashwini Kr. Choubey(मोदी का परिवार) (@AshwiniKChoubey) December 28, 2020