ଭୁବନେଶ୍ୱର: ଭୁବନେଶ୍ୱର କାନ୍ଥ ବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର୍। ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗୀୟ କାର୍ଯ୍ୟ ନୂତନ ଟ୍ରେନ୍ ଉଦ୍ଘାଟନ, ନୂଆ ଡାକ ଟିକେଟ୍ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ସାଜିଥିବା ବେଳେ, ତେଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଟକ ଯାଇ ରାମ ନବମୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଉଭୟ ନିଜ ନିଜ ଆତ୍ମପ୍ରଚାରରେ ମଗ୍ନ ଥିଲେ। କିନ୍ତୁ, ତେଣେ ଭୁବନେଶ୍ୱର କାନ୍ଥ ବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର୍! ହୁଏତ ଏମାନେ ଏଥିନେଇ ଚିରାଚରିତ ଭାବରେ ବିଜେଡିକୁ ଦୋଷ ଦେଇ ପାରନ୍ତି। ମୋଦିଙ୍କ ଲୋକପ୍ରିୟତାକୁ ସହି ନ’ପାରି ବିଜେଡି ଏପରି କରିଛି କହି ଏବେ ଏମାନେ ଚିଲାଇ ପାରନ୍ତି। କିନ୍ତୁ ଯାହା ଜଣାପଡ଼ୁଛି, ହୁଏତ ଏପରି ପୋଷ୍ଟର୍ ପଛରେ ଆମ୍ ଆଦିମ୍ ପାର୍ଟିର (ଆପ୍) ସଂପୃକ୍ତି ଥାଇପାରେ।
-/Dev@Drath