Home ଓଡ଼ିଶା ମୋଦୀ ସରକାର (୨.୦); ୧୦୦ ଦିନର ରିପୋର୍ଟ କାର୍ଡ: ପ୍ରେସ କନ୍ଫରେନ୍ସ କରିବେ ୧୭ କେନ୍ଦ୍ରମନ୍ତ୍ରୀ

ମୋଦୀ ସରକାର (୨.୦); ୧୦୦ ଦିନର ରିପୋର୍ଟ କାର୍ଡ: ପ୍ରେସ କନ୍ଫରେନ୍ସ କରିବେ ୧୭ କେନ୍ଦ୍ରମନ୍ତ୍ରୀ

527

ନୂଆଦିଲ୍ଲୀ: ମୋଦୀ ସରକାର (୨.୦)ର ୧୦୦ ଦିନର ରିପୋର୍ଟ କାର୍ଡ ଜନତାଙ୍କ ପାଖରେ ଉପସ୍ଥାପନା କରିବେ ୧୭ ଜଣ କେନ୍ଦ୍ରମନ୍ତ୍ରୀ।ଦେଶର ବିଭିନ୍ନ ସ୍ଥାନରେ ଏହି କେନ୍ଦ୍ର ମନ୍ତ୍ରୀ ମାନେ ୧୦୦ ଦିନର ସ୍ୱଳ୍ପ ଅବଧି ଭିତରେ ମୋଦୀ ସରକାରଙ୍କର ଉପଲବ୍ଧି ଗୁଡ଼ିକ ବାବଦରେ ଜନତାଙ୍କୁ ଅବଗତ କରାଇବେ।ପ୍ରେସ କନ୍ଫରେନ୍ସ କରିବେ।୯ ଏବଂ ୧୦ ସେପ୍ଟେମ୍ବରରେ ଦେଶ ବ୍ୟାପି ଏହି କାର୍ଯ୍ୟକ୍ରମ ହେବ।ଶଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମୁମ୍ବାଇରେ ପ୍ରେସ କନ୍ଫରେନ୍ସ କରିବେ।ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଚେନ୍ନାଇରେ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅହମଦାବାଦରେ, ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାଣୀ କୋଲକତାରେ କାର୍ଯ୍ୟକ୍ରମ କରିବେ।ସେହିପରି ରାମ ବିଳାସ ପାଶ୍ୱାନ ପାଟଣାରେ, ହରସିମରତ କୌର ବାଦଲ ଚଣ୍ଡୀଗଡ଼ରେ, ଥାବର ଚନ୍ଦ ଗେହେଲୋଟ ରାୟପୁରରେ, ଅର୍ଜୁନ ମୁଣ୍ଡା ରାଞ୍ଚିରେ, ମୁକ୍ତାର ଆବ୍ବାସ ନକବୀ ପ୍ରୟାଗରାଜରେ, ପ୍ରହଲ୍ଲାଦ ଯୋଶୀ ଗୋଆରେ, ଗଜେନ୍ଦ୍ର ସିଂହ ଶେଖାୱତ ଜୟପୁରରେ, ରମେଶ ପୋଖରିଆଲ ଡେରାଡୁନରେ, ଜିତେନ୍ଦ୍ର ସିଂହ ଜମ୍ମୁରେ, ରାଜ କୁମାର ସିଂହ ହାଇଦ୍ରାବାଦରେ, ମନଶୁଖ ଏଲ ମଣ୍ଡବିୟା ଭୁବନେଶ୍ୱରରେ ଅନୁରାଗ ଠାକୂର ସିମଳାରେ ଏବଂ ନରେନ୍ଦ୍ର ସିଂହ ତୋମର ଗ୍ଵାଲିୟରରେ କାର୍ଯ୍ୟକ୍ରମରେ ରହିବେ।

ମଜଭୁତ ରାଷ୍ଟ୍ରବାଦ ତଥା ସୁରକ୍ଷା ସମ୍ୱନ୍ଧିତ ନିଷ୍ପତି ଯେପରି ଅନୁଚ୍ଛେଦ ୩୭୦ ଉଚ୍ଛେଦ, ଟ୍ରିପଲ ତଲାକ, ଆପାଚି ହେଲିକ୍ୟାପ୍ଟର ପ୍ରାପ୍ତି, କୃଷକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନା, ସହିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ, ଜଳ ଶକ୍ତି ମନ୍ତ୍ରାଳୟ ଏବଂ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ସ୍ଥାପନ, ବ୍ୟାଙ୍କ ଗୁଡ଼ିକର ବିଳୟ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇ ଲୋକଙ୍କ ଭିତରେ ଜାଗୃକତା ସୃଷ୍ଟି କରାଯିବ।//ଦେବଦତ୍ତ ରଥ

ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି ମୁସଲିମ ନୁହଁ: ପ୍ରତାପ ଷଢ଼ଙ୍ଗୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.