ବଲାଙ୍ଗୀର, ୨୦-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ଚଲକି ଗ୍ରାମରେ ଜଣେ ନାବାଳିକା ସହ ଜୋର ଜବରଦସ୍ତ ସମ୍ପର୍କ ରଖି ପରେ ବିବାହ ହେବା ପ୍ରତିଶ୍ରୁତି ଦେଇ ଆଠ ମାସର ଗର୍ଭବତୀ ହେବା ପରେ ବିବାହ ପାଇଁ ମନା କରିବା ନେଇ ଅଭିଯୁକ୍ତ ଯୁବକ ଗିରଫ ହୋଇଛି।
ପ୍ରକାଶ ଯେ,ମୁରିବାହାଲ ଥାନା ଅନ୍ତର୍ଗତ ଚଲକି ଗ୍ରାମର ରଘୁ ବେନିଆ ସେହି ଗ୍ରାମର କୁମ (ଛଦ୍ମନାମ) ନାମ୍ନୀ ଜଣେ ଷୋହଳ ବର୍ଷିଆ ନାବାଳିକା ସହ ସମ୍ପର୍କ ଜୋର ଜବରଦସ୍ତ ରଖିଥିଲେ। ଏ ଘଟଣା ପରିବାର ଲୋକେ ଜାଣି ଦେବାରୁ ରଘୁ ତାଙ୍କୁ ବିବାହ କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଆସୁଥିବା ବେଳେ ଏବେ କୁମ ଆଠ ମାସର ଗର୍ଭବତୀ ଥିବା ଓ ତାକୁ ରଘୁ ତାଙ୍କ ଘରକୁ ନେଇ ଯିବାକୁ କହିଥିବା ବେଳେ ରଘୁ ମନା କରିଦେଇ ଥିଲେ।
ଏ ନେଇ କୁମ ମୁରିବାହଲ ଥାନାରେ ଅଭିଯୋଗ କରିଥିବା ବେଳେ ଲଗ ଡାଉନ କଟକଣା ଯୋଗୁଁ ମାମଲା ଦାୟର କରାଯିବ ନାହିଁ ବୋଲି ଥାନା ଅଧିକରିଣୀ କହି କିଛି ଶୁଣି ନ ଥିଲେ। ଏ ନେଇ କୁମ ପରିବାର ସହ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ଶୁକ୍ରବାର ସନ୍ଧ୍ୟା ୬ଟା ବେଳେ ଟିଟିଲାଗଡ଼ ଡାକ୍ତର ଖାନାରେ ଉଭୟ କୁମ ଓ ରଘୁର ମେଡ଼ିକାଲ ପରୀକ୍ଷା କରାଯିବା ସହ ରଘୁ କୁ ଆଜି କୋର୍ଟ ଚାଲାଣ କରାଯାଇଛି।