Odiapua.com

ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ ମନମୋହନ ..

ଭୁବନେଶ୍ୱର/ଭଦ୍ରକ: ରାଜ୍ୟ ବିଜେପିର ନୂତନ ସଭାପତି ଭାବରେ ଦାୟିତ୍ୱ ପାଇବା ପରେ ମନମୋହନ ସାମଲ ତାଙ୍କ ଗୃହ ଜିଲ୍ଲା ଭଦ୍ରକ ସ୍ଥିତ ଆରାଧ୍ୟ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି। ମନମୋହନ ରାଜ୍ୟ ସଭାପତି ଭାବରେ ଘୋଷଣା ହେବା ପରେ ଭଦ୍ରକ ଜିଲ୍ଲା ବିଜେପିରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ବରିଷ୍ଠ ଠାରୁ ଆରମ୍ଭ କରି କନିଷ୍ଠ ଯାଏଁ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମନମୋହନଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି। ଦାୟିତ୍ୱ ପାଇବା ପରେ ମନମୋହନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଛନ୍ତି।

ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?


-/DevDr