ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ବିଜେପି ସଂସଦୀୟ ବୋର୍ଡର ବୈଠକରେ ଜେପି ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟଯେ, ଭାରତୀୟ ଜନତା ପାର୍ଟୀର ଅଧ୍ୟକ୍ଷ ଏମିତ ଶାହାଙ୍କର ନେତୃତ୍ୱରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଅମିତ ଶାହା ବର୍ତ୍ତମାନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତେଣୁ ବିଜେପି ସଂସଦୀୟ ବୋର୍ଡର ବୈଠକରେ ଜେପି ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାଜପା ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ, ରାଜନାଥ ସିଂହ, ସୁଷମା ସ୍ଵରାଜ, ଥାବରଚନ୍ଦ ଗହଲୋତ ସମେତ ବୋର୍ଡର ଅନ୍ୟ ସଦସ୍ୟ ସାମିଲ ଥିଲେ। ରାଜନାଥ ସିଂହ ଏହି ନିଷ୍ପତି ଉପରେ କହିଲେ କି ଅମିତ ଶାହାଙ୍କର ଅଧ୍ୟକ୍ଷତାରେ ବିଜେପି ଅନେକ ନିର୍ବାଚନରେ ବିଜୟଲାଭ କରିଛି। ନିକଟରେ ତାଙ୍କୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି। ଏହାପରେ ଅମିତ ଶାହା ନିଜେ ଆଗ୍ରହ କରିଥିଲେ କି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଅନ୍ୟ କାହାକୁ ଦିଆଯାଉ ବୋଲି। ତା’ ପରେ ସମ୍ପୂର୍ଣ୍ଣ ବୋର୍ଡ କହିଲେ କି ବର୍ତ୍ତମାନ ଏହି ପଦ ଅମିତ ଶାହ ହିଁ ସମ୍ଭାଳିବେ କିନ୍ତୁ ତାଙ୍କର ବ୍ୟସ୍ତତାକୁ ଦେଖି ସଂସଦୀୟ ବୋର୍ଡ ନିଷ୍ପତି ନେଇ ଜେପି ନଡ୍ଡାଙ୍କୁ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷ ଭୋବେ ମନୋନୀତ କରିଛନ୍ତି।